www.samajalive.in
Saturday, December 13, 2025
23.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ରେଡମି-୭

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଜିଓମି ଗୁରୁାବର ଭାରତୀୟ ବଜାରରେ ତାର ନୂଆ ସ୍ମାର୍ଟଫୋନ ରେଡମି-୭ ଲଞ୍ଚ କରିଛି। ଯାହା ଗତବର୍ଷ ଲଞ୍ଚ କରାଯାଇଥିବା ରେଡମି-୬ର ଅପଗ୍ରେଡ ଭର୍ସନ। ରେଡମି-୭ ଜିଓମିର ଏକ ନୂଆ ବଜେଟ ଫୋନ ଯେଉଁଥିରେ ୧୯:୯ଆସପେକ୍ଟ ରେଶିୟୋ ଥିବା ଡିସପ୍ଲେ ସହିତ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ଏମଆଇୟୁଆଇ-୧୦ମିଳିବ। ତେବେ ଆସନ୍ତୁ ରେଡମି-୭ବିଷୟରେ ବିସ୍ତାର ରୂପେ ଜାଣିବା।

courtesy-phone rather

ରେଡମି-୭ର ବିଶେଷତ୍ୱ
ଏହି ଫେନରେ ଡୁଆଲ ନେନୋ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ୯.୦ ଆଧ।।ରିତ ଏମଆଇୟୁଆଇ ୧୦ରହିଛି। ଏହାବ୍ୟତୀତ ଫୋନରେ ୬.୨୬ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୫୨୦ପିକ୍ସଲ। ଫୋନର ଡିସପ୍ଲେ ଉପରେ ଗରିଲା ଗ୍ଲାସ-୫ର ପ୍ରୋଟେକ୍ସନ ରହିଛି।
ରେଡମି-୭ରେ କ୍ୱାଲାକମର ସ୍ନାପଡ୍ରାଗନ ୬୩୨ପ୍ରୋସେସର ରହିଛି। ଯାହାର କ୍ଲକ ସ୍ପିଡ୧.୮ଜିଏଚଜେଡ ରହିଛି। ଏହି ଫୋନ ୨ଜିବି, ୩ଜିବି ଏବଂ ୪ଜିବି ରାମ ଏବଂ ୧୬,୩୨ ଏବଂ ୬୪ଜିବି ଷ୍ଟୋରେଜରେ ମିଳିବ। ଏହାକୁ ମେମୋରୀ କାର୍ଡ ସାହାଯ୍ୟରେ ୫୧୨ଜିବି ପର୍ଯ୍ୟନ୍ତ ବଢାଇପାରିବେ। ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ୫.୦, ଜିପିଏସ୍‍, ୟୁଏସବି ଏବଂ ୩.୫ଏମ୍‍ଏମର ହେଡଫୋନ ଜ୍ୟାକ ରହିଛି। ଫୋନରେ ୪ହଜାର ଏମ୍‍ଏଚର ବ୍ୟାଟେରି ଦିଆଯାଇଛି।

- Advertisement -
courtesy-gsmarena.com

ରେଡମି-୭ର କ୍ୟାମେରା
ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ସେଟ୍‍ଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମରୋ ୧୨ମେଗାପିକ୍ସେଲର ଏବଂ ଅନ୍ୟଟି ୨ମେଗାପିକ୍ସେଲର ରହିଛି। ସେହିଭଳି ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର ଦିଆଯାଇଛି। କ୍ୟାମରୋ ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସପୋର୍ଟ ସହିତ ଅନେକ ପ୍ରକାର ପ୍ରିଲୋଡେଡ୍‍ ଫିଚର୍ସ ଦିଆଯାଇଛି। ଆଗପଟ କ୍ୟାମେରାରେ ଅନଲକ୍‍ ଦିଆଯାଇଛି।

courtesy-soyacinsau.com

ରେଡମି-୭ର ମୂଲ୍ୟ
ଫୋନର ମୂଲ୍ୟ ବିଷୟରେ କହିଲେ ଏହାର ୨ଜିବି ରାମ ଏବଂ ୧୬ଜିବି ଷ୍ଟୋରେଜର ମୂଲ୍ୟ ୭ହଜାର ୧୦୦ଟଙ୍କା। ସେହିଭଳି ଏହାର ୩ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜର ମୂଲ୍ୟ ୮ହଜାର ୨୦୦ଟଙ୍କା। ଫୋନର ୪ଜିବି ରାମ୍‍ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୦ହଜାର ୨୦୦ଟଙ୍କା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories