www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେଖା ନ ଥିଲା, ଏବେ ଭୋଟ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ମୁଖ୍ୟମନ୍ତ୍ରୀ

ବାଲେଶ୍ବର : ରାଜ୍ୟରେ ଶେଷ ପର୍ୟ୍ୟାୟ ନିର୍ବାଚନ ମତଦାନ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଜୋରଦାର କରିଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ବର, ଭୋଗରାଇ ଓ ଜଳେଶ୍ବରରେ ନିର୍ବାଚନ ପ୍ରଚାର କରିଛନ୍ତି। ଜଳେଶ୍ବରର ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ପ୍ରାକୃତିକ ବିପର୍ୟ୍ୟୟ ଯଥା- ଫାଇଲିନ, ତିତିଲି ଓ ହୁଡ୍‌ହୁଡ୍ ସମୟରେ ପ୍ରଧାନମନ୍ତ୍ରୀଙ୍କର ଦେଖା ନ ଥିଲା। ମୁଖ୍ୟମନ୍ତ୍ରୀ ଜଳେଶ୍ବରର ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଫାଇଲିନ୍, ତିତିଲି, ହୁଡହୁଡ୍ ଆଦି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ପ୍ରଧାନମନ୍ତ୍ରୀଙ୍କର ଦେଖା ନ ଥିଲା। ଏବେ ସେ ଭୋଟ ପାଇଁ ଓଡିଶା ଆସୁଛନ୍ତି।
ଏହାସହ ପୂର୍ବଥର ପରି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ଦୁଇଟି କିସ୍ତିରେ ପୁଣି ଦିଆଯିବ।
ବାଲେଶ୍ବରରେ ମେଡିକାଲ କଲେଜ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି। କିନ୍ତୁ କେନ୍ଦ୍ର ମାତ୍ର ୧୦୦ କୋଟି ଟଙ୍କା ଦେଇଛି। କେନ୍ଦ୍ରର ଜଣେ ମନ୍ତ୍ରୀ ମେଡିକାଲ କଲେଜ ସ୍ଥାପନକୁ ବିରୋଧ କରିବାରୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories