www.samajalive.in
Saturday, December 6, 2025
17.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଟିପ୍ସ

ଶରୀର ସୁସ୍ଥ ରହିବା ଦ୍ୱାରା ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ। ଉତ୍ତମ ସ୍ୱାସ୍ଥ୍ୟ ବ୍ୟକ୍ତି ମାନେ ନିଜ କାର୍ଯ୍ୟକୁ ସଠିକ ଭାବେ କରିବାକୁ ସକ୍ଷମ ହୋଇପାରନ୍ତି। ସୁସ୍ଥ ରହିବା ପାଇଁ ଆମ ଗୁରୁଜନ ମାନେ କିଛି ଛୋଟ ଛୋଟ ଉପଦେଶ ଦେଇଛନ୍ତି, ଯାହା ବୈଜ୍ଞାନିକଙ୍କ ମତରେ ମଧ୍ୟ ସଠିକ ଅଟେ। ଜାଣନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଟିପ୍ସ….
ତମ୍ବାର ପାତ୍ରରେ ପାଣି ପିଇବା ଖୁବ ଲାଭଦାୟକ ଅଟେ। ତମ୍ବାରେ ବ୍ୟାକ୍ଟେରିଆ ମାନଙ୍କୁ ନଷ୍ଟ କରିବାର ଗୁଣ ରହିଛି। ଯାହା ଆମକୁ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ତମ୍ବା ପାତ୍ରରେ ଥିବା ପାଣି ପିଇଲେ ଯକୃତ ସୁସ୍ଥ ରହିଥାଏ। ତେଣୁ ନିୟମିତ ତମ୍ବା ପାତ୍ରରେ ପାଣି ପିଇବା ଉଚିତ।
ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ।
ଶୋଇବାର କିଛି ସମୟ ପୂର୍ବରୁ ଇଲୋଟ୍ରୋନିକ ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ। ଏହା ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ। ରାତି ସମରେ ନିଶ୍ଚୟ ୮ ଘଣ୍ଟା ଶୁଅନ୍ତୁ। ଶରୀର ସୁସ୍ଥ ରହିବା ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ।
ନିଜ ଖାଦ୍ୟ ପ୍ରତି ସର୍ବଦା ଯତ୍ନବାନ ରୁହନ୍ତୁ। ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ।
ଆମେ ଦିନ ସମୟରେ ଅଧିକ ସମୟ ବସିଥାଉ। ମାତ୍ର ସିଧାଭାବେ ବସିବା ନିତ୍ୟାନ୍ତ ଜରୁରୀ। ନଚେତ ଶରୀରର ବିଭିନ୍ନ ଅଙ୍ଗ ବ୍ୟଥା ହେବା ସହ ମେରୁଦଣ୍ଡ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ।
ରାତି ଭୋଜନରେ ସାଧାରଣ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
ଖାଦ୍ୟ ଖାଇବାର ୩୦ ମିନିଟ ପରେ ପାଣି ପିଅନ୍ତୁ। ଖାଦ୍ୟ ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories