www.samajalive.in
Saturday, December 6, 2025
17.1 C
Bhubaneswar

୧୫ଟି ଲୋକସଭା ଆସନରେ ମତଦାନ ଶେଷ : ୪ର୍ଥ ପର୍ଯ୍ୟାୟ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ/ଭୁବନେଶ୍ବର :  ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତେବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏଥି ଲାଗି ପ୍ରଚାର ଜୋର ଧରିଛି । ଆସନ୍ତା ୨୯ ତାରିଖରେ ଏହି ପର୍ଯ୍ୟାୟ ପାଇଁ ମତଦାନ ହେବ।

ଏହି ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟର ୭୧ଟି  ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ନିଆଯିବ । ମହାରାଷ୍ଟ୍ରର ୧୭ଟି ସଂସଦୀୟ ନିର୍ବାଚନ କ୍ଷେତ୍ର ସମେତ ଉତ୍ତରପ୍ରଦେଶ ଓ ରାଜସ୍ଥାନର ୧୩ଟି ଲେଖାଏଁ, ପଶ୍ଚିମବଙ୍ଗର ୮ଟି, ଓଡ଼ିଶା ଓ  ମଧ୍ୟପ୍ରଦେଶର ୬ଟି ଲେଖାଏଁ, ବିହାରର ୫ଟି ଏବଂ ଝାଡ଼ଖଣ୍ଡର ୩ଟି ସଂସଦୀୟ ଆସନ ପାଇଁ ମତଦାନ ହେବ।

- Advertisement -

ରାଜ୍ୟରେ ୩ଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୧୦୫ ଟି ବିଧାନସଭା ଆସନରେ ମତଦାନ ଶେ​‌ଷ ହୋଇଛି ।

ତେବେ ଏହି ୪ର୍ଥ ପର୍ଯ୍ୟାୟରେ ରାଜ୍ୟର ୬ ଲୋକସଭା  ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହି ଲୋକସଭା ଆସନ ଅନ୍ତର୍ଗତ ୪୧ ବିଧାନସଭା ଆସନରେ ହେବ ଭୋଟଗ୍ରହଣ କରାଯିବ । କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ଆସନ୍ତା ୧୯ ତାରିଖରେ ମତଦାନ ହେବ।

ମୟୂରଭଞ୍ଜ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ଉଦଳା, ବଡ଼ସାହି, ବାରିପଦା, ବିଧାନସଭା ଆସନରେ ଏପ୍ରିଲ ୨୯ରେ ତାରିଖରେ ମତଦାନ ହେବ। ସେହିପରି ବାଲେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ମୋରଡ଼ା,  ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ବିଧାନସଭା ଆସନରେ ସେହିଦିନ ଭୋଟ ଗ୍ରହଣ କରାଯିବ। ଭଦ୍ରକ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭା ଆସନରେ ଏପ୍ରିଲ ୨୯ ତାରିଖରେ ମତଦାନ ହେବ। ସେହିପରି ଯାଜପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ବିଧାନସଭା ଆସନରେ ମଧ୍ୟ ଏହି ଦିନ ଭୋଟ ଅନୁଷ୍ଠିତ ହେବ।

ଅନ୍ୟ ପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା ସାଲେପୁର ଓ ମାହାଙ୍ଗା ବିଧାନସଭା ଆସନରେ ଆସନ୍ତା ୨୯ ତାରିଖରେ ମତଦାନ ହେବାକୁ ଥିବାବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ନିଆଳୀ, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର ଓ ନିମାପଡ଼ା ବିଧାନସଭା ଆସନରେ ମଧ୍ୟ ଏହି ଦିନ ମତଦାନ ହେବ।

ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସବୁଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories