ନୂଆଦିଲ୍ଲୀ : ଜେଟ ଏୟାରୱେଜ ପୁନଃ କାର୍ଯ୍ୟକ୍ଷମକୁ ନେଇ ଅନିଶ୍ଚିନ୍ତତା ଲାଗିରହିଛି। ଏଥିମଧ୍ୟରେ ଜେଟ ଏୟାରୱେଜରୁ ୪୧୦ଜଣ ପାଇଲଟ ଇସ୍ତଫା ଦେଇ ସାରିଲେଣି। ବର୍ତ୍ତମାନ ଜେଟ ଏୟାୱେଜ ପାଖରେ ପାଖାପାଖି ୧,୫୨୭ ପାଇଲଟ ରହିଛନ୍ତି। ଏୟାରଲାଇନ ପାଇଲଟ ସଂଘ ସଦସ୍ୟଙ୍କ କହିବା ଅନୁସାରେ ଅନ୍ୟ କିଛି ବିମାନ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ପାଇଲଟ ଜେଟ ଏୟାରୱେଜ ଛାଡୁଥିବା କହିଛନ୍ତି।
ସେ ଆହୁରି କହିଛନ୍ତି, ବହୁଶୀଘ୍ର ବିମାନକୁ ଲିଜରେ ଦେବାପାଇଁ କମ୍ପାନୀ ଯୋଜନା କରୁଛି। ସୂଚନାଯୋଗ୍ୟ ଯେ ଜେଟ ଏୟାରୱେଜ ପୂର୍ବ ବୁଧବାରରେ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ କରିଛି।
ଜେଟ ଏୟାରୱେଜ ଛାଡିଲେ ୪୧୦ଜଣ ପାଇଲଟ
Popular Categories



