www.samajalive.in
Saturday, December 13, 2025
27.1 C
Bhubaneswar

‘ତେରେ ନାମ୍‍-୨’ : ପୁଣି ମୁଖ୍ୟ ଭୂମିକାରେ ନଜର ଆସିବେ ସଲମାନ!

ମୁମ୍ବଇ : ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେରେ ନାମ୍‍’ର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ନିର୍ଦ୍ଦେଶକ ତଥା ଅଭିନେତା ସତିଶ କୌଶିକ୍‍ ଯୋଜନା କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ସତିଶ କିଛିଦିନ ପୂର୍ବରୁ ‘ତେରେ ନାମ୍‍-୨’ର ସ୍କ୍ରିପ୍ଟ ଲେଖା ଶେଷ କରିଛନ୍ତି। ତାଙ୍କ କହିବା ଅନୁସାରେ ଏହା ‘ତେରେ ନାମ୍‍’ର ସିକ୍ୱେଲ୍‍ ହୋଇଥିଲେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ଭାବେ ଏକ ନୂଆ କାହାଣୀକୁ ସ୍ଥାନିତ କରାଯାଇଛି। ଏହା ଉତ୍ତର ଭାରତର ଜଣେ ଗ୍ୟାଙ୍ଗ୍‍ଷ୍ଟାରର କାହାଣୀ। ବିଶେଷ ସୂତ୍ରରୁ ପ୍ରକାଶ ଯେ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରର ନାଁ ସମାନ ରହିବ। ତେବେ ‘ତେରେ ନାମ୍‍-୨’ରେ ମଧ୍ୟ ସଲମାନ ମୁଖ୍ୟ ଭୂମିକାରେ ଅଭିନୟ କରିବେ କି ନାହିଁ ତାହା ଏଯାବତ୍‍ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ‘ତେରେ ନାମ୍‍’ ତାମିଲ ଚଳଚ୍ଚିତ୍ର ‘ସେତୁ’ର ରିମେକ୍‍ ଥିଲା। ଏଥିରେ ସଲମାନଙ୍କ ବିପକ୍ଷରେ ଭୂମିକା ଚାୱଲା ନାୟିକା ଭାବେ ଅଭିନୟ କରିଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories