ଦେଶରେ ଗ୍ରୀଷ୍ମ ପ୍ରବାହ ଓ ଧୂଳି ଝଡର ସତର୍କତା ଜାରି କଲା ଭାରତୀୟ ପାଣିପାଗ ବିଭାଗ

0

ନୂଆଦିଲ୍ଲୀ: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଧୂଳି ଝଡ ଓ ଘଡଘଡ ସହ ବର୍ଷା ହୋଇ ପାରେ ବୋଲି ପାଣିପାଗ ବିଭାଗ ନିଜ ବୁଲେଟିନରେ ପ୍ରକାଶ କରିଛି । ତେଲେଙ୍ଗାନା , ଜାମ୍ମୁ କଶ୍ମୀର, ଉତ୍ତରା ଖଣ୍ଡ ଓ ହିମାଚଳ ପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ।

ଏହା ସହ ଓଡିଶା, ବିହାର, ଆସାମ, ମେଘାଳୟ ଓ ତ୍ରିପୁରାରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଠାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଡ ଘଡି ସହ ବର୍ଷା ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କତା ଜାରି କରାଯାଇଛି ।

Leave A Reply