www.samajalive.in
Wednesday, December 10, 2025
16.1 C
Bhubaneswar

‘ଚୌକିଦାର ଚୋର ହୈ’ ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ରାହୁଲ

ନୂଆଦିଲ୍ଲୀ: ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

ଗତ ୧୫ ତାରିଖରେ ସୁପ୍ରିମକୋର୍ଟ ରାଫେଲ ମାମଲାର ପୁନଃ ଶୁଣାଣି କରିବେ ବୋଲି ରାୟ ଦେବା ପରେ ରାହୁଲ କହିଥିଲେ ଯେ, ଶେଷରେ ସୁପ୍ରିମକୋର୍ଟ ମାନିଲେ ‘ଚୌକିଦାର ଚୋର ହୈ’। ସୁପ୍ରିମକୋର୍ଟ ଏଭଳି କିଛି କହି ନ ଥିବାରୁ ଏହାକୁ ନେଇ ବିଜେପି ସାଂସଦ ମିନାକ୍ଷୀ ଲେଖି ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ରାହୁଲଙ୍କ ଏଭଳି ବୟାନକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ କେବେ ଏଭଳି କୌଣସି ମନ୍ତବ୍ୟ ଦେଇ ନ ଥିବା ପ୍ରଧାନ ବିଚାରପତି କହିବା ସହିତ ଅଦାଲତ ଅବମାନନା ମାମଲାରେ ରାହୁଲଙ୍କୁ ନୋଟିସ ଜାରି କରି ଜବାବ ରଖିବାକୁ ନିର୍ଦେଶ ଦେଇଥିଲେ।

- Advertisement -

ରାହୁଲ ସୋମବାର ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ କରି କହିଥି​‌ଲେ, ମୁଁ ମାନୁଛି ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇ ନ ଥିଲେ। ନିର୍ବାଚନୀ ପ୍ରଚାର ସମୟରେ ଉତ୍ତେଜିତ ହୋଇ ସେ ଏଭଳି କହି ଦେଇଥିଲେ। ଏଥିପାଇଁ ସେ ଦୁଃଖିତ। ଏ ନେଇ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। କୋର୍ଟ ରେକର୍ଡରେ ଯେପର୍ଯ୍ୟନ୍ତ କିଛି କୁହାଯାଇ ନ ଥିବ ସେ ନେଇ ସେ ସାଧାରଣରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ରାହୁଲ ଏକ ଅଣ୍ଡରଟେକିଂ ଦେଇଥିଲେ। ଏହା ସହ ତାଙ୍କ ଶବ୍ଦକୁ ବିରୋଧୀମାନେ ଭୁଲ ଭାବରେ ଉପସ୍ଥାପନା କରିଛନ୍ତି ବୋଲି ରାହୁଲ କହିଥିଲେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories