www.samajalive.in
Monday, December 8, 2025
24.1 C
Bhubaneswar

ଦୀର୍ଘଦିନ ପରେ ଏକାଠି ନଜର ଆସିବେ ଅକ୍ଷୟ-କ୍ୟାଟ୍ରିନା

ମୁମ୍ବଇ : ଦୀର୍ଘଦିନ ପରେ ପରଦାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‍ଙ୍କ ଯୋଡ଼ି ନଜର ଆସିବ। ରୋହିତ୍‍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କୁ ଅକ୍ଷୟଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ। ସୋମବାର ନିଜେ ଅକ୍ଷୟ ଏହି ସୂଚନା ଦେଇଛନ୍ତି। ଚଳଚ୍ଚିତ୍ରର ନାୟିକା କିଏ ହେବେ ଏନେଇ ଅନେକ ଦିନ ଧରି ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲା। କିନ୍ତୁ ଏବେ କ୍ୟାଟ୍ରିନା ଏହି ଚଳଚ୍ଚିତ୍ରର ନାୟିକା ଭୂମିକାରେ ନଜର ଆସିବେ ବୋଲି ଅକ୍ଷୟ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଶେୟାର କରି ସ୍ପଷ୍ଟ କରିଛନ୍ତି। ଫଟୋରେ ଅକ୍ଷୟଙ୍କୁ କ୍ୟାଟ୍ରିନା କୈଫ୍‍, ରୋହିତ୍‍ ଶେଟ୍ଟୀ ଓ କରଣ ଜୋହରଙ୍କ ସହ ଦେଖିବାକୁ ମିଳିଛି। କ୍ୟାପ୍ସନରେ ଅକ୍ଷୟ ‘ସୂର୍ଯ୍ୟବଂଶୀ ଗର୍ଲଙ୍କୁ ସ୍ୱାଗତ’ ବୋଲି ଲେଖିଛନ୍ତି।

ପ୍ରକାଶଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅକ୍ଷୟ ଓ କ୍ୟାଟ୍ରିନା ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି। ଦୁହିଁଙ୍କ ଯୋଡ଼ିକୁ ପରଦାରେ ଲୋକେ ଖୁବ୍‍ ପସନ୍ଦ କରିଥିଲେ। ଏବେ ଦୀର୍ଘଦିନ ପରେ ଦୁହେଁ ପୁଣି ପରଦାକୁ ଏକାଠି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ‘ସୂର୍ଯ୍ୟବଂଶୀ’ ଆସନ୍ତା ବର୍ଷ ଇଦ୍‍ ଅବସରରେ ମୁକ୍ତିଲାଭ କରିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories