ମହିଳା ଲୁଟେରା ଗ୍ୟାଙ୍ଗ ଗିରଫ

0

ଵ୍ରହ୍ମପୁର: ପୁଲିସ ହାତରେ ଧରାପଡିଲେ ମହିଳା ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ବରର ଏକ ଅଳଙ୍କାର ଦୋକାନରୁ ଚୋରି ଅକ୍ଷୟ ତୃତୀୟା ଦିନ ୪ଜଣ ମହିଳା ଏକ ଚେନ ଚୋରି କରିଥିଲେ । ସିସିଟିଭି ଆଧାରରେ ତଦନ୍ତ ଚାଲିଥିବା ବେଳେ ଶନିବାର ବ୍ରହ୍ମପୁର ପୁଲିସ ଲୁଟେରା ମହିଳା ଗ୍ୟାଙ୍ଗୁ ଗିରଫ କରିଛି । ସେମାନଙ୍କ ନିକଟରୁ ଲୁଟ ସୁନା ଚେନ୍ ଓ ୬ହଜାର ୪ସହ ଟଙ୍କା ଜବତ ହୋଇଛି । ଲୁଟେରାଙ୍କ ଠାରୁ ଲୂଟ ସୁନା ଚେନ ରଖିଥିବା ଅଭିଯୋଗରେ ଜଣେ କଳନ୍ତର ବ୍ୟବସାୟୀ ଗିରଫ ହୋଇଛନ୍ତି ।

ଗତ ୧୮ତାରିଖ ଅକ୍ଷୟ ତୃତୀୟାରେ ସୁନା କିଣିବା ବାହାନାରେ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ସ୍ଥିତ ଦେବିଦୁର୍ଗା ଜୁଏଲରସରୁ ଚତୁରତାର ସହ ଦୋକାନର ସେଲସବୟଙ୍କୁ ଚକମା ଦେଇ ଗୋଟିଏ ସୁନା ଚେନ ଲୁଟି ନେଇଥିଲେ । ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ସବୁ ଘଟଣା ରେକର୍ଡ ହୋଇଯାଥିଲା। ତେବେ ସିସିଟିଭି ଫୁଟେଜକୁ ଆଧାର ପୁଲିସ ତଦନ୍ତ ଚଳାଇ ସେମାନଙ୍କୁ ଗିରଫ କରିଛି ।

ଵ୍ରହ୍ମପୁର ବଡବଜାର ପୋଲିସ ସହାୟତାରେ ୪ଜଣ ମହିଳା ଲୁଟେରା ଝୁମୁରି ଦାସ, ଝୁମୁରି ବେହେରା, ସୁଶିଳା ଦାସ ଓ ସଂଜୁ ବେହେରାଙ୍କ ସମେତ ଲୂଟ ସୁନା ଚେନ ରଖିଥିବା ଅଭିଯୋଗରେ ଏ ରାମା ରାଓଙ୍କୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି। ଗିରଫ ମହିଳା ଲୁଟେରାଙ୍କ ଘର ଵ୍ରହ୍ମପୁର ହରିଡାଖଣ୍ଡି ଗାଁର ବାଉରୀ ସାହି ହୋଇଥିବା ବେଳେ ଗିରଫ ରିସିଭର ଖଳାସୀ ସାହିର ବୋଲି ଜଣାପଡିଛି। ଗିରଫ ସମସ୍ତଙ୍କୁ ଭୁବନେଶ୍ୱରର କୋର୍ଟରେ ଆଜି ହଜାର କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ପୋଲିସ ଅଧିକାରୀ। ତେବେ ଗିରଫ ଏହି ମହିଳା ଲୁଟେରା ଗ୍ୟାଙ୍ଗ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଲୂଟ କରି ଜେଲ ଯାଇଥିବା ସୂଚନା ମିଳିଛି।

Leave A Reply