ଶିଶୁ ବଳାତ୍କାରୀଙ୍କୁ ଫାଶୀ!

0

ନୂଆଦିଲ୍ଲୀ: ଶିଶୁ ଓ ୧୨ ବର୍ଷରୁ କମ୍‍ ବୟସର ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଦଣ୍ଡ ମିଳିବ। କେନ୍ଦ୍ର ସରକାର ଖୁବ୍‍ଶୀଘ୍ର ଏ ସଂକ୍ରାନ୍ତୀୟ ଏକ ଅଧ୍ୟାଦେଶ ଲୋକସଭାରେ ଆଗତ କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଠୁଆ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ପାଇଁ ବିଶ୍ୱ ଦରବାରରେ ଭାରତ ଲଜ୍ଜିତ ହୋଇଛି। କେବଳ କଠୁଆ ନୁହେଁ ବରଂ ଏଭଳି ଘଟଣା ଏବେ ଭାରତରେ ନିତିଦିନିଆ ପାଲଟିଛି। ତେଣୁ ଏଭଳି ଅପରାଧ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରିଛନ୍ତି। ଶିଶୁ ଓ ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ବିଭିନ୍ନ ମହଲରେ ଦାବି ଉଠିିବା ପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମାନେକା ଗାନ୍ଧି ସରକାରଙ୍କ ପାଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ କରିଥିବା ବେଳେ ପୋକ୍‍ସୋ ଆଇନ୍‍ରେ ଆବଶ୍ୟକ ସଂଶୋଧନ ଅଣାଯିବ। ଏବେ ଏହି ଆଇନ୍‍ରେ ସର୍ବକଠିନ ଦଣ୍ଡ ଭାବେ ବଳାତ୍କାରୀକୁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି।

Leave A Reply