ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ରାଇରଙ୍ଗପୁର, ବିଶୋୟୀ, ବହଳଦା ଓ ଗୋରୁମହିଷାଣୀ ଆଦି ସ୍ଥାନରେ ଶନିବାର ସକାଳ ପ୍ରାୟ ୬.୨୦ମିନିଟ୍ରେ ମୃଦୁ ଭୂମିକମ୍ପ ଅନୂଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଝାଡ଼ଖଣ୍ଡର ଷଢ଼େଇକଳା ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜଣାପଡିଛି।
ଭୂମିକମ୍ପ ୩ ସେକେଣ୍ଡ ଅନୁଭୂତ ହୋଇଥିବା ଜଣାପଡିଛି। ଏଥିରେ କୌଣସି କ୍ଷତି ହୋଇ ନ ଥିବା ବେଳେ ଲୋକମାନେ ଆତଙ୍କିତ ହୋଇପଡିଥିଲେ।



