www.samajalive.in
Monday, December 15, 2025
14.1 C
Bhubaneswar

ସରକାରକୁ ଆସିଲେ ଚିଟ୍‌ଫଣ୍ଡ ଓ ଖଣି ଲୁଟିଆଙ୍କୁ ଜେଲ ପଠାଇବୁ : ଧର୍ମେନ୍ଦ୍ର

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାରକୁ ଆସିବାର ୯୦ ଦିନ ମଧ୍ୟରେ ଚିଟଫଣ୍ଡ ଲୁଟିଆ ଏବଂ ଖଣି ଦୁର୍ନୀତିଗ୍ରସ୍ତଙ୍କୁ ଜେଲ ପଠାଇବୁ ବୋଲି ବିଜେପିର ଦୃଢ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଇଞ୍ଜିନକୁ ଖସିପଡିବ କହିବା ହତାଶାର ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଚିଟଫଣ୍ଡ ଓ ଖଣି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଡଜନେ ନେତା ଜେଲ୍ ଯାଇଥିବାବେଳେ ବହୁ ନେତା ବିଭିନ୍ନ କେସରେ ଫସି ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଥିବାରୁ ସେ ଭୟଭୀତ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜନୈତିକ ସମାଲୋଚନା କରିବାରେ କୌଣସି ଆପତ୍ତି ନାହିଁ। ମାତ୍ର ଏ ପର୍ଯ୍ୟନ୍ତ ନବୀନ ବାବୁ ସରୋଜ ସାହୁଙ୍କ ସହ ତାଙ୍କର କ’ଣ ସମ୍ପର୍କ ସ୍ପଷ୍ଟ କଲେ ନାହିଁ କାହିଁକି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଜାଗିର ନୁହେଁ, ସେ ଯେଉଁ ଫରମାନ୍ ଜାରି କରିଦେବେ ଓଡିଆ ଲୋକମାନେ ତାକୁ ମୁଣ୍ଡପାତି ସ୍ୱୀକାର କରିବେ। ୧୯ ବର୍ଷରେ କ’ଣ କଲେ ଆଗାମୀ ୫ ବର୍ଷରେ କ’ଣ କରିବେ ତାହାର ହିସାବ ମୁଖ୍ୟମନ୍ତ୍ରୀ ଦେଉନାହାନ୍ତି। ନରେନ୍ଦ୍ର ମୋଦୀ ଓଡିଆ ଲୋକଙ୍କୁ ବିଜେପିକୁ ଥରେ ଦାୟିତ୍ୱ ଦେବାକୁ ନିବେଦନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଅସହିଷ୍ଣୁ ହୋଇ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋଦୀଙ୍କ ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓଡିଶାରେ ଲାଗୁ କରିନଥିବାବେଳେ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ କରିବାରେ ମୁଖ୍ୟମନ୍ତ୍ରୀ ସହଯୋଗ କରୁନାହାନ୍ତି। ଓଡିଶାର ରେଳବାଇ ଓ ଏନଏଚ ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଓଡିଶାର ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଏଥର ଦିଲ୍ଲୀରେ ମୋଦୀଙ୍କ ବଡ ଇଞ୍ଜିନ ସରକାର ସହ ଓଡିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟାର କଡ଼ା ଜବାବ ରଖିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି ଯେ ୫ବର୍ଷ ହେଲା ବିଜେପି କେଉଁଠି ଶୋଇଥିଲା? ଯଦି କେନ୍ଦ୍ରମନ୍ତ୍ରୀ ଏତେ ପାରିବାର ଥିଲେ ତେବେ ନୟାଗଡ ବିଧାୟକ ଡ. ଅରୁଣ ସାହୁ ଯେତେବେଳେ ସିବିଆଇକୁ ଖୋଲା ଆହ୍ବାନ ଦେଲେ କାହିଁକି ଜେଲ ପଠାଇଲେ ନାହିଁ। ଏଭଳି କାଳ୍ପନିକ ନାଟକବାଜି ଆଉ ଚଳିବ ନାହିଁ। ଦିଲ୍ଲୀରେ ମୁଖ୍ୟ ଇଞ୍ଜିନ ଛିଣ୍ଡି ପଡ଼ିବା ଭୟ ବିଜେପିକୁ ଘାରିଲାଣି। ତେଣୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଭଳି ୪୦ ଷ୍ଟାର ପ୍ରଚାରକ ଆସି ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିନ୍ଦିତ କରିବାକୁ ଅପଚେଷ୍ଟା କରୁଛନ୍ତି। ଓଡ଼ିଶା ଲୋକଙ୍କୁ କେନ୍ଦ୍ରମନ୍ତ୍ରୀ ନୁଆଁଣିଆ ଭାବି ଯେଉଁ ବୟାନବାଜି କରୁଛନ୍ତି ତାହାର ଫଳ ମେ’ ୨୩ରେ ପାଇବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories