www.samajalive.in
Wednesday, December 10, 2025
16.1 C
Bhubaneswar

ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଶିଖନ୍ତୁ ଜୀବନରେ ସଫଳ ହେବାର ଉପାୟ

ଗୀତାରେ ଜୀବନ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଗୀତାକୁ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ସ୍ବରୂପ ବୋଲି କୁହାଯାଇଛି। ଗୀତାରେ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ତଥ୍ୟ ବିସୃତ ଭାବେ ବର୍ଣ୍ଣନା କରାଯାଇଛି। ଜୀବନରେ ସଫଳତା ପ୍ରାପ୍ତି କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡିତ କିଛି ତଥ୍ୟ ଅଧ୍ୟୟନ କରି ସେଥିରୁ ଶିଖି ପାରିବା। ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ସହ ଜଡିତ କିଛି ମହତ୍ତ୍ବପୂର୍ଣ୍ଣ କଥା …

ଶାନ୍ତ ସ୍ବଭାବର ସହ କାର୍ଯ୍ୟ କରନ୍ତୁ :

- Advertisement -

ଭଗବାନ ଶ୍ରୀକୃଷ୍ଣ ପିଲା ବେଳୁ ବହୁତ ଦୁଷ୍ଟ ସ୍ବଭାବର ଥିଲେ। ଯେକୌଣସି ଖରାପ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ବଭାବ ଶାନ୍ତ ରହୁଥିଲା। ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କ ଅବତାର ଥିଲେ। ସେ କଂସର ବଧ କରିବେ ବୋଲି ମଧ୍ୟ ପୂର୍ବରୁ ଜାଣିଥିଲେ। ତଥାପି ସେ ଶାନ୍ତ ରହୁଥିଲେ। ଉଚିତ ସମୟ ଆସିବା ପରେ ସେ କଂସର ବଧ କରିଥିଲେ। ତେଣୁ ଏଥିରୁ ଶିକ୍ଷା ମିଳୁଛି ଯେ, ନିଜର ସ୍ବଭାବ ଶାନ୍ତ ରଖିବାରୁ କେବେ ବି ପଛଘୁଞ୍ଚା ଦେବା ଉଚିତ ନୁହେଁ।

ସାଧାରଣ ଜୀବନ ଅତିବାହିତ କରିବା :

ଭଗବାନ ଶ୍ରୀକୃଷ୍ଣ ସର୍ବଦା ସାଧାରଣ ଭାବେ ଜୀବନ ଅତିବାହିତ କରୁଥିଲେ। ତାଙ୍କର ରାଜା ଘରେ ଲାଳନପାଳନ ହେବା ସତ୍ତ୍ବେ ଅନ୍ୟ ସାମାନ୍ୟ ବାଳକଙ୍କ ସହ ରହିବା, ଖେଳିବା ଓ ବୁଲିବାକୁ ସେ ପସନ୍ଦ କରୁଥିଲେ। ସେ କେବେ ବି ରାଜାଙ୍କ ପୁତ୍ର ହେବା ସତ୍ତ୍ବେ ଗର୍ବ କରୁ ନ ଥିଲେ। ତେଣୁ କେବେ ବି କୌଣସି କଥା ବା ପରିବାରକୁ ନେଇ ଗର୍ବ କରିବା ଉଚିତ ନୁହେଁ।

କେବେ ବି ହାର ନ ମାନିବା :

ଭଗବାନ ଶ୍ରୀକୃଷ୍ଣ କେବେ ବି ଖରାପ ସମୟ ଆସିଲେ ଡରୁ ନ ଥିଲେ। ସେ ତାହାକୁ ଦୃଢତାର ସହ ସାମ୍ନା କରୁଥିଲେ। ତାଙ୍କ ମତରେ, ଖରାପ ସମୟରେ ବିବେକ ଓ ଦୃଢତାର ସହ କାର୍ଯ୍ୟ କରିବା ଉଚିତ। ଏହାଦ୍ବାରା କାର୍ଯ୍ୟରେ ସଫଳତା ମିଳିଥାଏ। ଏହାସହ ସବୁ କିଛି ନିଜ ସପକ୍ଷରେ ରହିଥାଏ। ତେବେ ଜୀବନରେ କେବେ ବି ହାର ମାନି ପଛାଇ ଯିବା ଉଚିତ ନୁହେଁ।

ବନ୍ଧୁତା ପାଳନ କରିବା :

ଭଗବାନ କୃଷ୍ଣ ଓ ସୁଦାନଙ୍କ କାହାଣୀ ସହ ସମସ୍ତେ ଖୁବ୍ ପରିଚିତ। ଏହା ସେମାନଙ୍କ ମଧ୍ୟରେ ବନ୍ଧୁତା ପ୍ରତି ପ୍ରେମର ନିଦର୍ଶନ ଅଟେ। କିନ୍ତୁ ଆଜିକାଲି ପ୍ରକୃତରେ କେହି ନିଜର ବନ୍ଧୁତାକୁ ମାନୁ ନାହାଁନ୍ତି। ତେଣୁ ଶ୍ରୀକୃଷ୍ଣଙ୍କ ଠାରୁ ବନ୍ଧୁତାକୁ ବଜାୟ ରଖିବାର ଶିକ୍ଷା ଗ୍ରହଣ କରିବା ଉଚିତ।

ବାପାମା’ଙ୍କର ଆଦର କରିବା :

ମାତା ଦେବକୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦାତ୍ରୀ ଅଟନ୍ତି। କିନ୍ତୁ ମାତା ଯଶୋଦା ତାଙ୍କର ଲାଳନପାଳନ କରିଥିଲେ। ଏକଥା ଜାଣିବା ପରେ ମଧ୍ୟ ଶ୍ରୀକୃଷ୍ଣ ନିଜ ଜନ୍ମ କଲା ବାପାମା’ଙ୍କୁ ହୃଦୟରୁ ଭଲ ପାଉଥିଲେ। ଜନ୍ମକର୍ତ୍ତା ଓ ପାଳନକର୍ତ୍ତାଙ୍କୁ ସେ ସର୍ବଦା ଆଦର ଓ ସମ୍ମାନ କରୁଥିଲେ। ତେଣୁ କେବେ ବି ନିଜ ବାପାମା’ଙ୍କ ପ୍ରତି ଅବହେଳା କରିବା ଉଚିତ ନୁହେଁ।

 

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories