www.samajalive.in
Saturday, December 13, 2025
27.1 C
Bhubaneswar

ବିଜେପି ଆତଙ୍କବାଦୀଙ୍କୁ ଟିକେଟ ଦେଇଛି: ଓମାର ଅବ୍‌ଦୁଲ୍ଲା

ଶ୍ରୀନଗର: ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରେ ଚର୍ଚ୍ଚାକୁ ଆସିଥିବା ହିନ୍ଦୁ ସନ୍ୟାସିନୀ ସାଧ୍ୱୀ ପ୍ରଜ୍ଞା ଠାକୁର ବୁଧବାର ବିଜେପିରେ ଯୋଗଦେବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ବିଜେପି ସାଧ୍ଵୀ ପ୍ରଜ୍ଞାଙ୍କୁ ଭୋପାଳରୁ ନିର୍ବାଚନ ଲଢ଼ିବା ଲାଗି ଟିକେଟ ଦେବା ପରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ନେତା ଓମାର ଅବ୍‌ଦୁଲ୍ଲା କଡ଼ା ସମାଲୋଚନା କରିଛନ୍ତି। ବିଜେପି ଜଣେ ଆତଙ୍କବାଦୀଙ୍କୁ ଟିକେଟ ଦେଇଛି ବୋଲି ଓମାର କହିଛନ୍ତି।

ଗୁରୁବାର ଓମାର ଶ୍ରୀନଗରରେ ମତଦାନ କରିବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ବିଜେପିକୁ ଆଉ ମନ୍ଦିର-ମସ୍‌ଜିଦ ପ୍ରସଙ୍ଗରେ ଭୋଟ ମିଳୁନି। ତେଣୁ ଦଳ ଭୋପାଳରୁ ଜଣେ ଆତଙ୍କବାଦ ଅଭିଯୁକ୍ତଙ୍କୁ ଟିକେଟ ଦେଇଛି। ବିଜେପି ପ୍ରଥମେ ପୁଲୱାମା ଏବଂ ବାଲାକୋଟ ଆକ୍ରମଣକୁ ନେଇ ନିର୍ବାଚନରେ ବାଜି ମାରିବାକୁ ଉଦ୍ୟମ କରିଥିଲା। ଯେତେବେଳେ ବିଜେପି ଜାଣିଲା ଯେ ଏଥିରୁ କିଛି ଫାଇଦା ମିଳିଲା ନାହିଁ ତା’ପରେ ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଚାର କଲା। କିନ୍ତୁ ତାହାକୁ ବି ଲୋକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଦଳ ପାଖରେ ଯେତେବେଳେ କିଛି ଉପାୟ ରହିଲାନି, ସେତେବେଳେ ଧର୍ମକୁ ନେଇ ରାଜନୀତି କଲା। ମାତ୍ର ମନ୍ଦିର-ମସଜିଦକୁ ନେଇ ରାଜନୀତି କଲେ ଭୋଟ ମିଳିବନି। ତେଣୁ ଏପରି ଜଣେ ବ୍ୟକ୍ତିଙ୍କୁ ଟିକେଟ ଦେଲା ଯିଏ କେବଳ ଆତଙ୍କବାଦ ମାମଲାର ଅଭିଯୁକ୍ତ ନୁହଁନ୍ତି, ବରଂ ଜେଲରୁ ଜାମିନରେ ଆସିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜାମିନରେ ଆସି ଏଠାରେ ନିର୍ବାଚନ ଲଢ଼ୁଛନ୍ତି ବୋଲି ଓମାର କହିଛନ୍ତି।

- Advertisement -

ଏହାପରେ ସାଧ୍ଵୀ ପ୍ରଜ୍ଞା ଓମାରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଓମାରଙ୍କୁ ଧନ୍ୟବାଦ ଯେ ସେ ସାଧ୍ଵୀକୁ ତତ୍କାଳ ଫାଶୀ ଦେଇଦେବା ଉଚିତ ବୋଲି କହିନାହାନ୍ତି। ତେବେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜେଲରୁ ଆସିଥିବା ନେଇ ଓମାରଙ୍କ ମନ୍ତବ୍ୟ ଉପରେ ସାଧ୍ଵୀ କହିଛନ୍ତି ଯେ, ମୋତେ ସ୍ବାସ୍ଥ୍ୟ ଆଧାରରେ ଜାମିନ ମିଳିନାହିଁ। ଓମାର ଠିକ୍‌ ସୂଚନା ପାଇବା ପରେ ବୟାନ ଦେବାକୁ ଚେଷ୍ଟା କଲେ ତାଙ୍କ ପିଲାଳିଆମି ଦୂର ହୋଇଯିବ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories