www.samajalive.in
Saturday, December 13, 2025
27.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ନାମରେ ମାନହାନି ମୋକଦ୍ଦମା ରୁଜୁ କଲେ ସୁଶୀଲ ମୋଦୀ

ପାଟନା : ବିଜେପି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମୋକଦ୍ଦମା ଦାଏର କରିଛନ୍ତି। ସୁଶୀଲ ମୋଦୀ ପାଟନା ସିଜେଏମ କୋର୍ଟରେ ଏହି ମାମଲା ଦାଏର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟରୁ କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚିଛି। ସେ କୋଟି କୋଟି ଲୋକଙ୍କୁ ଚୋର କହିଛନ୍ତି।
ସୂଚନା ଅନୁସାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ମୋଦୀ କୂଳନାମଧାରୀ ଲୋକଙ୍କୁ ଚୋର ବୋଲି କହିଥିଲେ। ରାହୁଲ ଗାନ୍ଧୀ ଏକ ଜନସଭାରେ କହିଥିଲେ ଯେ ଗୋଟିଏ କଥା କୁହନ୍ତୁ, ସବୁ ଚୋରଙ୍କ ନାମ ମୋଦୀ କିପରି, ଯେପରି ନୀରବ ମୋଦୀ, ଲଳିତ ମୋଦୀ…।
ଶନିବାର କର୍ଣ୍ଣାଟକର ଏକ ର‍୍ୟାଲିରେ ରାହୁଲ ଗାନ୍ଧୀ କହିଥିଲେ ଯେ ଚୌକିଦାର ଶତ ପ୍ରତିଶତ ଚୋର ଅଟନ୍ତି। ସବୁ ଚୋରଙ୍କ ଶେଷନାମ ମୋଦୀ ରହିଛି। ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟକୁ ନେଇ ସୁଶୀଲ ମୋଦୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାହୁଲଙ୍କ ଏହି ମନ୍ତବ୍ୟ ମୋଦୀ କୂଳନାମଧାରୀ କୋଟି କୋଟି ଲୋକଙ୍କ ଭାବନାଙ୍କୁ ଆଘାତ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories