ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଚୀନ୍‍ର ସମର୍ଥନ

0

ବେଜିଂ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନ ପୂର୍ବେ ଲଣ୍ଡନରେ ପାକିସ୍ତାନକୁ ‘ଆତଙ୍କବାଦର କାରଖାନା’ ବର୍ଣ୍ଣନା କରିବା ପ୍ରସଙ୍ଗକୁ ଚୀନ୍‍ ବିରୋଧ କରିଛି। ପାକିସ୍ତାନର ପକ୍ଷ ନେଇ ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଂ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ପାକିସ୍ତନର ଲଢ଼େଇକୁ ବିଶ୍ୱ ସବୁଦାୟ ସମର୍ଥନ କରିବା ଉଚିତ। ଏ ସମ୍ପର୍କରେ ଆସନ୍ତା ସପ୍ତାହରେ ହେବାକୁ ଥିବା ସାଙ୍ଘାଇ ସହଯୋଗ ସମ୍ମିଳନୀରେ ଆଲୋଚନା ହେବା ଦରକାର ବୋଲି ଚୀନ୍‍ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଚୀନ୍‍ ବୈଦେଶିକ ମନ୍ତ୍ରଣାୟଳୟ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦ ଓ ସୁରକ୍ଷା ବର୍ତ୍ତମାନ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି; ତେଣୁ ସମ୍ମିଳନୀରେ ଉଭୟ ଭାରତ ଓ ପାକିସ୍ତାନ ଯୋଗ ଦେଉଥିବାରୁ ଏ ସମ୍ପର୍କରେ ଆଲୋଚନା ହେବା ଉଚିତ। ହୁଆଙ୍କ କହିବାନୁଯାୟୀ, ଆତଙ୍କବାଦ ସମସ୍ତଙ୍କର ଶତ୍ରୁ। ବିଶ୍ୱ ସମୁଦାୟ ଏହା ବିରୋଧରେ ମିଳିତ ଭାବେ ଲଢ଼େଇ କରିବା ଉଚିତ। ପାକିସ୍ତାନ ଯେଭଳି ଭାବେ ଆତଙ୍କବାଦର ମୁକାବିଲା କରୁଛି ତାହାକୁ ପ୍ରତ୍ୟେକ ସମର୍ଥନ ଓ ସହଯୋଗ କରିବା ଉଚିତ। ଏହି ସମ୍ମିଳନୀରେ ଆତଙ୍କବଦ ସମ୍ପର୍କିତ ବୈଦେଶିକ ମନ୍ତ୍ରିସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବାରୁ ଉପରୋକ୍ତ ପ୍ରସଙ୍ଗ ପ୍ରତି ଦୃଷ୍ଟି ଆକର୍ଷଣ କରାଯିବା ଉଚିତ।

Leave A Reply