ନିଆଳିରୁ ୪ ହଜାର ବର୍ଷ ପୁରାତନ ସଭ୍ୟତାର ସନ୍ଧାନ

0

ନିଆଳି : ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କଟକ ଜିଲା ନିଆଳି ଅଞ୍ଚଳରୁ ୪ ହଜାର ବର୍ଷ ପୁରୁଣା ସଭ୍ୟତାର ସନ୍ଧାନ ପାଇଛି । ସେଠାରେ ଏଏସ୍‌ଆଇ ପକ୍ଷରୁ ଚାଲିଥିବା ଖନନରୁ ଅସ୍ଥିର ଅସ୍ତ୍ର ଏବଂ ପୁରାତନ ପାତ୍ର ମିଳିଛି । କୁହାଯାଉଛି ଯେ ୪ ହଜାର ବର୍ଷ ତଳେ ପ୍ରାଚୀ ନଦୀ କୂଳରେ ଏକ ମାନବ ସଭ୍ୟତା ଗଢି ଉଠିଥିଲା । ଖନନ କାମ ସରିନାହିଁ । ଖନନରୁ ମିଳିଥିବା ସାମଗ୍ରୀର ସାଇଣ୍ଟିଫିକ୍‌ ଯାଞ୍ଚ ପାଇଁ ପୁଣାସ୍ଥିତ ଏକ ସଂସ୍ଥାନକୁ ପଠାଯାଇଛି । ଏଏସ୍‌ଆଇ ପକ୍ଷରୁ କୁହାଯାଇଛି ଯେ ଖନନରୁ ୪ ହଜାର ବର୍ଷ ତଳର ମାନବ ସଭ୍ୟତାର ବସ୍ତୁ ମିଳିଛି । ଏହି ପୁରାତନ ବସ୍ତୁ ଶୁଖିଯାଇଥିବା ପ୍ରାଚୀ ନଦୀ କୂଳରୁ ମିଳିଛି । ନିଆଳିଠାରୁ ୪ କିଲୋମିଟର ଦୂର ଜଲ୍ଲାରପୁର ନିକଟ ଭାରତୀହୁଡ଼ାରେ ଏହି ଖନନ କାର୍ଯ୍ୟ ଚାଲିଛି । ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଜିଡି ଗଣନାୟକଙ୍କ ନେତୃତ୍ୱରେ ଏହି ଖନନ କାର୍ଯ୍ୟ କରାଯାଉଛି । ୪ ହଜାର ବର୍ଷ ପୂର୍ବେ ଉକ୍ତ ସ୍ଥାନରେ ଲୋକେ ଚାଷ କରୁଥିଲେ ବୋଲି ଦାବି କରାଯାଉଛି । ଲୋକେ ପଶୁ ମାରି ସେମାନଙ୍କ ଅସ୍ଥିରେ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ । ଏହାସହ ଲୋକେ ମାଛ ଓ ପକ୍ଷୀଙ୍କ ଶିକାର କରୁଥିଲେ ।

Leave A Reply