ପୋଡ଼ି ହୋଇ ଦମ୍ପତି ଗୁରୁତର

0

ନୀଳଗିରି: ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗାଁରେ ସ୍ବାମୀ-ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଗାଁର ଶ୍ରୀନାଥ ଦଳେଇ ସହ ତାଙ୍କ ସ୍ତ୍ରୀ ମାମିନାଙ୍କର ଶୁକ୍ରବାର ଅପରାହ୍ନରେ ଝଗଡା ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମାମିନା ନିଜ ଦେହରେ କିରାସିନି ଢାଳି ନିଅାଁ ଲଗାଇ ଦେଇଥିଲେ। ନିଆଁରେ ପୋଡି ମହିଳା ଜଣକ ଅର୍ଦ୍ଧଦଗ୍ଧ ହୋଇଥିବା ବେଳେ ସ୍ବାମୀ ଶ୍ରୀନାଥ ତାଙ୍କୁ ବଞ୍ଚାଇବାକୁ ଯାଇ ପୋଡି ଯାଇଛନ୍ତି। ଉଭୟଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply