www.samajalive.in
Sunday, December 7, 2025
14.1 C
Bhubaneswar

ଘରେ ମନି-ପ୍ଲାଣ୍ଟ ରଖିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଘରକୁ ସବୁଜ ସୁନ୍ଦର କରିବା ପାଇଁ କିଛିଲୋକ ବାଲକୋନିରେ ବିଭିନ୍ନ ପ୍ରକାରର ବୃକ୍ଷଲତା ରଖିଥାଆନ୍ତି । ଏଭଳି କିଛି ବୃକ୍ଷ ରହିଛି ଯାହାକୁ ଘରେ ଲଗାଇବା ଦ୍ବାରା ଘରର ସୁନ୍ଦରତା ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେହି ବୃକ୍ଷ ଗୁଡିକ ମଧ୍ୟରୁ ‘ମନି ପ୍ଲାଣ୍ଟ’ ହେଉଛି ଗୋଟିଏ । ତେବେ ଆସନ୍ତୁ ଜାଣିବା ଘରେ ମନି ପ୍ଲାଣ୍ଟ ଲଗାଇବାକୁ ନେଇ କିଛି ବିଶେଷ ନିୟମ ….

 

- Advertisement -

ବାସ୍ତୁଶାସ୍ତ୍ରା ଅନୁଯାୟୀ, ମନି ପ୍ଲାଣ୍ଟକୁ କିଣା ଯାଇ ଘରେ ଲଗାଯାଏ ନାହିଁ । ଏହି ବୃକ୍ଷକୁ ସର୍ବଦା ଘରର ଦକ୍ଷିଣ ପୂର୍ବ ଦିଗରେ ଲଗାନ୍ତୁ । କାରଣ ହନ୍ଦୁ ଧର୍ମ ଅନୁଯାୟୀ ଦକ୍ଷିଣ-ପୂର୍ବ କୋଣ ହେଉଛି ଭଗବାନ ଗଣେଶଙ୍କର । ମନି-ପ୍ଲାଣ୍ଟକୁ ଧନ ଓ ଉତ୍ତମ ଭାଗ୍ୟର ପ୍ରତୀକ ହୋଇଥିବାରୁ ଦକ୍ଷିଣ-ପୂର୍ବ ଦିଗରେ ଏହି ପ୍ଲାଣ୍ଟ ରଖିବା ଦ୍ବାରା ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ହୋଇଥାଏ ।

ମନି ପ୍ଲାଣ୍ଟକୁ ବୁଧବାର ଦିନ ଘରକୁ ଆଣନ୍ତୁ । କାରଣ ଏହି ଦିନ ଭଗବନ ଗଣେଶଙ୍କ ଦିନ ହୋଇଥିବାରୁ ଅତ୍ୟନ୍ତ ଶୁଭ ଅଟେ ।

ଭୁଲରେ ମଧ୍ୟ ଏହି ବୃକ୍ଷକୁ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ପରିବାର ସଦସ୍ୟ ରୋଗାକ୍ରାନ୍ତ ହୋଇଥାନ୍ତି ।

ଯଦି ଜୀବନ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ରହୁଛି ତେବେ ଘରର ପୂର୍ବ ଓ ପଶ୍ଚିମ କୋଣରେ ମନି ପ୍ଲାଣ୍ଟାକୁ ରଖନ୍ତୁ ନାହିଁ । ହୃଦୟ ଆକାରର ପତ୍ର ଥିବା ମନି-ପ୍ଲାଣ୍ଟ ଘରେ ରଖନ୍ତୁ ।

ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ନୋଟ୍ ଆକାରର ଏକ ମନି-ପ୍ଲାଣ୍ଟ ଘରର ଦକ୍ଷିଣ-ପୂର୍ବ କୋଣରେ ରଖନ୍ତୁ । ଏହି ବୃକ୍ଷକୁ କଦାପି ରବିବାର ଜଳ ଅର୍ପଣ କରିବେ ନାହିଁ । ଅନ୍ୟ ଦିନରେ ଜଳରେ ଏକ ଚାମଚ କ୍ଷୀର ମିଶାଇ ମନି-ପ୍ଲାଣ୍ଟ ମୂଳରେ ଢାଳିବେ । ଏପରି କରିବା ଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଯଦି ଘରେ ଲାଗିଥିବା ମନି-ପ୍ଲାଣ୍ଟ ଚଟଣାରେ ବିଛାଡି ହୋଇ ରହିଛି ତେବେ ଏପରି ହେବାକୁ ଦିଅନ୍ତୁ ନାହିଁ । ଏହାର ଅର୍ଥ ଅଯଥା ଖର୍ଚ୍ଚ ହେବ । ତେଣୁ ଧନ ସଞ୍ଚୟ ଏବଂ ଘରେ ସୁଖ-ଶାନ୍ତି ବଜାୟ ରଖିବା ପାଇଁ ମନି-ପ୍ଲାଣ୍ଟକୁ ଏକ ରଶି ବା ବାଡି ସାହାଯ୍ୟରେ ବାନ୍ଧି ଦିଅନ୍ତୁ । ଏହା ଦ୍ବାରା ଯଶ ଓ ଧନ ବୃଦ୍ଧି ହୋଇଥାଏ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories