www.samajalive.in
Monday, December 15, 2025
14.1 C
Bhubaneswar

ମହିଳାଙ୍କ ସୁରକ୍ଷା ପାଇଁ ଏୟାରଟେଲର ନୂଆ ଆପ୍‍

ନୂଆଦିଲ୍ଲୀ : ଦୂରସଂଚାର କମ୍ପାନୀ ଭାରତୀ ଏୟାରଟେଲ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ଆପ ଲଞ୍ଚ କରିଛି। ଭାରତୀ ଏୟାରଟେଲ ଫିକ୍କି ଲେଡିଜ୍‍ ସଂଗଠନ ସହ ମିଶି ରବିବାର ‘ମାଇ ସର୍କଲ’ ଆପର ଲଞ୍ଚ କରିଛି। ଏହି ଆପ୍‍କୁ ଏୟାରଟେଲ ଉପଭୋକ୍ତାଙ୍କ ବ୍ୟତୀତ ଅନ୍ୟ ଗ୍ରାହକ ମଧ୍ୟ ବ୍ୟବହାର କରିପାରିବେ।

courtesy – businessfortnight.com

କମ୍ପାନୀ କହିବା ଅନୁସାରେ ଏହି ଆପ ଦ୍ୱାରା ମହିଳା ନିଜର ୫ଜଣ ପରିବାର ସଦସ୍ୟ କିମ୍ବା ନିଜର ବନ୍ଧୁଙ୍କୁ ଏକାସହ ମେସେଜ ପଠାଇ ପାରିବେ। ଏହି ମେସେଜ ପଠାଇବା ପାଇଁ ଗ୍ରାହକ ୧୩ଟି ଆଞ୍ଚଳିକ ଭାଷାରେ ଲେଖିପାରିବେ। ମହିଳା ଯେ କୌଣସି ଜରୁରୀକାଳିନ ପରିସ୍ଥିତିରେ ଏହି ମେସେଜ ପଠାଇ ପାରିବେ। ସୂଚନା ଅନୁସାରେ ଏହି ଆପ ଏଣ୍ଡ୍ରୋଏଡର ପ୍ଲେ ଷ୍ଟୋର ଏବଂ ଆପଲର ଆପ ଷ୍ଟୋରରେ ଉପଲବ୍ଧ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories