www.samajalive.in
Monday, December 15, 2025
16.1 C
Bhubaneswar

ରାହୁଲଙ୍କ ଜୀବନ ପ୍ରତି ବିପଦ, ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ କଂଗ୍ରେସର ଚିଠି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଦଳ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ଚିଠି ଲେଖାଯାଇଛି। କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, ରଣଦୀପ ସୂ‌େ‌ର୍ୟ୍ୟୱାଲା ଏବଂ ଜୟରାମ ରମେଶ ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଚିଠିରେ ଦର୍ଶାଯାଇଛି ଯେ ବୁଧବାର ଆମେଥିରେ ପ୍ରାର୍ଥିପତ୍ର ଦାଖଲ ପରେ ରାହୁଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ସାମ୍ବାଦିକଙ୍କୁ ସମ୍ବୋଧନ ବେଳେ ରାହୁଲଙ୍କ ମୁଣ୍ଡ ଉପରେ ଏକ ଲେଜର ଲାଇଟ ପଡିଥିଲା, ଯାହାକି ସମ୍ଭବତଃ ଏକ ସ୍ନାଇପର ବନ୍ଧୁକର ଲାଇଟ। ରାହୁଲଙ୍କ ଭ୍ରୁଲତା ନିକଟରେ ସବୁଜ ରଙ୍ଗର ଲେଜର ଲାଇଟ ପଡିଥିବା ନେଇ ସୁରକ୍ଷା ସମ୍ବନ୍ଧୀୟ ଏକ ଭିଡିଓ ମଧ୍ୟ ଉକ୍ତ ଚିଠି ସହିତ ସଂଲଗ୍ନ କରି ମନ୍ତ୍ରଣାଳୟକୁ ପଠାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି; କିନ୍ତୁ ଏଭଳି କୌଣସି ଚିଠି ହସ୍ତଗତ ହୋଇନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ତଥାପି ଲେଜର ଲାଇଟ ପଡିବା ଖବର ମିଳିବା ପରେ ଏସ୍‌ପିଜି ନିର୍ଦେଶକଙ୍କୁ ତାହାର ଯାଞ୍ଚ ନିର୍ଦେଶ ଦିଆଯାଇଥିଲା। ଭିଡିଓରେ ଦେଖିବାକୁ ମିଳୁଥିବା ଲେଜର ଲାଇଟ ଜଣେ କଂଗ୍ରେସ କର୍ମୀଙ୍କ ମୋବାଇଲ ଫୋନରୁ ନିଃସୃତ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ରାହୁଲଙ୍କ ସମ୍ବୋଧନର ଭିଡିଓ ପ୍ରସ୍ତୁତ କରୁଥିଲେ ବୋଲି ଯାଞ୍ଚରୁ ଜଣାପଡିଥିବା ମନ୍ତ୍ରଣାଳୟ କହିଛି।

୨୦୧୮ ଏପ୍ରିଲରେ ମଧ୍ୟ ରାହୁଲଙ୍କ ସୁରକ୍ଷାକୁ ନେଇ ଚର୍ଚ୍ଚା ହୋଇଥିଲା। ଏସ୍‌ପିଜି ସୁରକ୍ଷା ଲାଭ କରିଥିବା ରାହୁଲ ଗାନ୍ଧୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଯିବା ବେଳେ ତାଙ୍କ ବିମାନରେ ଏକାଧିକ ତ୍ରୁଟି ପରିଲକ୍ଷିତ ହୋଇଥିବା ଅଭିଯୋଗ ଦର୍ଶାଯାଇଥିଲା। ଏ ସମ୍ବନ୍ଧରେ କର୍ଣ୍ଣାଟକ ପୁଲିସ ମୁଖ୍ୟ ନୀଳମଣି ଏନ. ରାଜୁଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ୨ ଘଣ୍ଟାର ଉଡାଣ ବେଳେ ଉକ୍ତ ବିମାନରେ ଏକାଧିକ ବୈଷୟିକ ତ୍ରୁଟି ଦେଖାଦେଇଥିବା ଅଭିଯୋଗ କରାଯିବା ସହିତ ତାହାର ତଦନ୍ତ ଦାବି ହୋଇଥିଲା। ଡିଜିସିଏ ଦ୍ବାରା ତଦନ୍ତ ହେବା ପରେ ଏହି ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ନ ଥିବା ଜଣାପଡିଥିଲା।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories