ଭୁବନେଶ୍ବର: ଓଡ଼ିଶାର ଯୁବ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ୍ ଭାରତୀୟ ୧୬ବର୍ଷରୁ କମ୍ ବାଳକ ଦଳରେ ସ୍ଥାନ ପାଇଛନ୍ତି। ଚଳିତ ଏପ୍ରିଲ ୧୩ରୁ ୧୮ ପର୍ୟ୍ୟନ୍ତ ସ୍ପେନରେ ଲିରୋଟ୍ କପ ହ୍ୟାଣ୍ଡବଲ ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ଭାରତୀୟ ହ୍ୟାଣ୍ଡବଲ ମହାସଂଘ ପକ୍ଷରୁ ଭାରତୀୟ ଦଳ ମନୋନୟନ କରାଯାଇଛି। ଦଳରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଆର୍ଯ୍ୟନ ସ୍ଥାନ ପାଇଛନ୍ତି। ଡିପିଏସ୍ କଳିଙ୍ଗରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆର୍ଯ୍ୟନ ଗତ ୨୦୧୮ରେ ପ୍ରଥମ ଓଡ଼ିଆ ଭାବେ ଇଂଲଣ୍ଡରେ ଆୟୋଜିତ ୧୬ ବର୍ଷରୁ କମ୍ କପ୍ ହ୍ୟାଣ୍ଡବଲ ଚମ୍ପିଆନସିପ୍ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ।
Popular Categories



