www.samajalive.in
Sunday, December 14, 2025
23.1 C
Bhubaneswar

ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆଜି

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ ପ୍ରଚଳନ ଜାରି ରହିବାକୁ ଦିଆଯାଉ ବୋଲି କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଏ ସମ୍ବନ୍ଧୀୟ ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରାଜନୈତିକ ଦଳଗୁଡିକୁ ପାଣ୍ଠି ପ୍ରଦାନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ନିର୍ବାଚନ କମିସନ ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲେ। ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ନାମ ଗୋପନ ରଖାଯିବା ଉଚିତ ବୋଲି କେନ୍ଦ୍ର ସରକାର ଦର୍ଶାଇଥିଲେ। ଇସି ଯୁକ୍ତି ବାଢିଥିଲେ ଯେ ନିର୍ବାଚନ ସ୍ବଚ୍ଛତା ନିମନ୍ତେ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ନାମ ପ୍ରକାଶ କରାଯିବା ଆବଶ୍ୟକ। ଏହାଦ୍ବାରା କମ୍ପାନୀଗୁଡିକ ମାଧ୍ୟମରେ କଳାଧନକୁ ନିର୍ବାଚନରେ ଉପଯୋଗ କରାଯିବାର ବାଟ ମଧ୍ୟ ବନ୍ଦ ହେବ। ଏହାର ଜବାବରେ କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଏହା ଏକ ପରୀକ୍ଷାମୂଳକ ପଦକ୍ଷେପ। ଏଣୁ ଇଲେକ୍ଟୋରାଲ ବଣ୍ଡକୁ ଏକ ନୀତିଗତ ନିଷ୍ପତ୍ତି ଭାବେ ପ୍ରଚଳିତ ହେବାକୁ ଦିଆଯିବା ଉଚିତ। ଅବଶ୍ୟ ନିର୍ବାଚନରେ କଳାଧନର ଉପଯୋଗ ରୋକିବା ଉଦ୍ଦେଶ୍ୟରେ ଏହି ବଣ୍ଡଗୁଡିକ କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମାତ୍ର ସେ କହିଥିଲେ ଯେ ଭୋଟରଙ୍କୁ ପ୍ରଲୋଭିତ କରିବା ନିମିତ୍ତ ସମ୍ପ୍ରତି ବହୁ ବେଆଇନ ଉପାୟ ଅବଲମ୍ବନ କରାଯାଉଛି। ରାଜନେତାମାନେ ହେଲିକପ୍ଟରରେ ଯାତାୟାତ କରୁଛନ୍ତି ଓ ନିର୍ବାଚନରେ ବିପୁଳ ଅର୍ଥ ବିନିଯୋଗ କରୁଛନ୍ତି। ସେସବୁ କ’ଣ କଳାଧନ ବୋଲି ସେ ପ୍ରଶ୍ନ କରିଥିଲେ। ବେଣୁଗୋପାଳଙ୍କ ଯୁକ୍ତି ଶୁଣିବା ପରେ ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବିଚାରପତି ପୀଠ ଦୀର୍ଘ ସମୟ ପର୍ୟ୍ୟନ୍ତ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। ପରେ ପ୍ରଧାନ ବିଚାରପତି ସରକାରଙ୍କ ଉଦ୍ଦେଶ୍ୟରେ କେତେକ ପ୍ରଶ୍ନ କରିଥିଲେ। ଉଲ୍ଲେଖ ଯେ ଚାନ୍ଦା ଦେଇଉଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯାଉଥିବାରୁ କଳାଧନ କାରବାର ରୋକିବା ସମ୍ଭବ ନୁହେଁ। ଇଲେକ୍ଟରାଲ ବଣ୍ଡକୁ ବିରୋଧ କରି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମେତ ଅନ୍ୟମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories