www.samajalive.in
Sunday, December 14, 2025
23.1 C
Bhubaneswar

ସୁଦାନ ରାଷ୍ଟ୍ରପତି ଗିରଫ, ସେନାର କ୍ଷମତା ଦଖଲ

ଖାର୍ଟୁମ: ସୁଦାନର ରାଷ୍ଟ୍ରପତି ଓମାର ଅଲ ବାସିରଙ୍କୁ ଗୁରୁବାର ସେନା କ୍ଷମତାଚ୍ୟୁତ କରିବା ସହ ଗିରଫ କରିଛି। ରାଷ୍ଟପତି ଓମାରଙ୍କ ଗିରଫ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଅୱାଦ ଇନୌଫ ଟେଲିଭିଜନରେ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିବା ଅନୁଯାୟୀ ଗିରଫ ପରେ ଓମାରଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ସରକାର ପରିଚାଳନା ପାଇଁ ଏକ ମିଲିଟାରୀ ପରିଷଦ ଗଠନ କରାଯାଇଛି। ଏହି ମିଲିଟାରୀ ପରିଷଦ ଦୁଇବର୍ଷ ପାଇଁ କାର୍ୟ୍ୟ କରିବ ବୋଲି ଇନୌଫ କହିଛନ୍ତି। ଏହି ଘଟଣାକୁ ନେଇ ଦେଶର ସୀମା ଓ ବାୟୁସୀମାକୁ ବନ୍ଦ କରିଦିଆଯାଇଛି। ଗୃହବନ୍ଦୀ ଦେଶର ସମସ୍ତ ରାଜନେତାଙ୍କୁ ମୁକ୍ତ କରାଯିବ ବୋଲି ସେନା ଘୋଷଣା କରିଛି।

ଓମାରଙ୍କ ୩୦ବର୍ଷର ଶାସନକୁ ବିରୋଧ କରି ସେନା ପକ୍ଷରୁ ମାସାଧିକ କାଳ ବିକ୍ଷୋଭ ଜାରି ରହିଥିଲା। ଏହା ସହିତ ଯୁଦ୍ଧ ଅପରାଧ ଓ ଗଣହତ୍ୟା ଭଳି ଅଭିଯୋଗ ପାଇଁ ଆନ୍ତର୍ଜାତିକ ଫୌଜଦାରୀ କୋର୍ଟ ତାଙ୍କୁ ଗିରଫ ଲାଗି ନିର୍ଦେଶ ଦେଇଥିଲା। ଗୁରୁବାର ସକା​‌େ​‌ଳ ବହୁସଂଖ୍ୟକ ଲୋକ ଖାର୍ଟୁମରେ ଏକତ୍ରିତ ହୋଇଥିଲେ। ସେମାନେ ରାଷ୍ଟ୍ରପତିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ୧୯୮୯ରେ ଓମାର କ୍ଷମତା ଦଖଲ କରିଥିଲେ। ସେବେଠାରୁ ସେ କ୍ଷମତାରେ ରହିଆସିଛନ୍ତି। ଆଫ୍ରିକା ମହାଦେଶର ଏହି ରାଷ୍ଟ୍ରରେ ସର୍ବାଧିକ କାଳ କ୍ଷମତାରେ ରହିବାର ସେ ରେକର୍ଡ କରିଛନ୍ତି। ଗତବର୍ଷ ଡିସେମ୍ବରରେ ଓମାରଙ୍କ ସରକାର ପାଉଁରୁଟି ମୂଲ୍ୟ ତିନିଗୁଣା ବୃଦ୍ଧି କରିଥଲେ। ଏହି ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ପାଇଁ କାଳ ହୋଇଥିଲା। ଏଥିପାଇଁ ଓମାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଚାଲିଥିଲା। ଆମେରିକା, ବ୍ରିଟେନ ଓ ନରୱେ ଏହି ବିକ୍ଷୋଭକୁ ସମର୍ଥନ ଜଣାଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories