www.samajalive.in
Thursday, December 11, 2025
14.1 C
Bhubaneswar

ସୁପ୍ରିମକୋର୍ଟରେ ବିସିସିଆଇ ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କ‌େ‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ)ର ଅନୁବନ୍ଧିତ ରାଜ୍ୟ କ୍ରିକେଟ ଆସୋସିଏସନ୍‌ମାନେ ବିଭିନ୍ନ ଅଭିଯୋଗ ସୁପ୍ରିମକୋର୍ଟରେ କରିଥିଲେ। ଉକ୍ତ ରାଜ୍ୟ କ୍ରିକେଟ ଆସୋସିଏସନ୍‌ଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟଙ୍କୁ ଜଣାଇବା ଲାଗି ଆମିକସ୍ କ୍ୟୁରି ପି.ଏସ୍. ନରସିଂହଙ୍କୁ ଗତମାସ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଜଷ୍ଟିସ୍ ଏସ୍‌.ଏ. ବୋବ୍‌ଦେ ଓ ଜଷ୍ଟିସ୍ ଏ.ଏମ୍‌. ସାପ୍ରେଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଦେଇଥିବା ଏହି ନିର୍ଦେଶ ନେଇ ଶୁଣାଣି ବୁଧବାର ହେବାର ଥିଲା। ତେବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଏପ୍ରିଲ ୨୫ ଓ ମେ’ ୨ରେ ଉକ୍ତ ମାମଲାର ଶୁଣାଣି କରାଯିବ।

ସୂଚନାଯୋଗ୍ୟ, ଲୋଧା କମିଟିର ସୁପାରିସ ଲାଗୁକରିବା ନେଇ ପାଖାପାଖି ୮୦ଟି ପିଟିସନ୍ ସୁପ୍ରିମକୋର୍ଟରେ ଦାଏର ହୋଇଛି। ଏଥିରେ ରାଜ୍ୟ କ୍ରିକେଟ ଆସୋସିଏସନ୍‌ମାନେ ମୁଖ୍ୟତଃ ଅଭିଯୋଗ କରିଛନ୍ତି ଯେ ସୁପ୍ରିମକୋର୍ଟ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ବିସିସିଆଇର ନୂତନ ସମ୍ବିଧାନକୁ ବଦଳାଇ ଦେଇଛି। ତେଣୁ ଏହା ସୁପ୍ରିମକୋର୍ଟଙ୍କ ଆଦେଶର ବିରୁଦ୍ଧାଚରଣ କରୁଛି। ପୁଣି ରାଜ୍ୟ ଆସୋସିଏସନ୍‌ମାନେ ଅଭିଯୋଗ କରିଛନ୍ତି ଯେ ବିନା କାରଣରେ ସିଓଏ ପାଣ୍ଠି ପ୍ରଦାନ ବନ୍ଦ କରିଛନ୍ତି। ପରେ ଆମିକସ୍ କ୍ୟୁରି ପି.ଏସ୍. ନରସିଂହଙ୍କୁ ଏହି ମାମଲାରେ ରାଜ୍ୟ ଆସୋସିଏସନ୍‌ମାନଙ୍କ ସହ ଆଲୋଚନା କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏହା ପରଠାରୁ ନରସିଂହ ସିଓଏ ଓ ରାଜ୍ୟ ଆସୋସିଏସନ୍‌ଙ୍କ ଓକିଲ ଏବଂ ବିସିସିଆଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଛନ୍ତି। ବିସିସିଆଇ ସମ୍ବିଧାନ ନେଇ ଅନିଶ୍ଚିତା ଦୂର ହୋଇଗଲେ; ସୁପ୍ରିମକୋର୍ଟ ରାଜ୍ୟ କ୍ରିକେଟ ଆସୋସିଏସନ୍‌ରେ ନିର୍ବାଚନ ନେଇ ନିର୍ଦେଶ ଦେଇପାରନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories