www.samajalive.in
Saturday, December 13, 2025
23.1 C
Bhubaneswar

ସ୍ତ୍ରୀକୁ ହତ୍ୟା କରି ଫେରାରଥିବା ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅନ୍ତର୍ଗତ ସାଲେଟିକ୍ରା ଗ୍ରାମରେ ସ୍ତ୍ରୀକୁ ହତ୍ୟାକରି ଫେରାର ହୋଇଯାଇଥିବା ସ୍ୱାମୀକୁ ୪ ମାସପରେ ପୁଲିସ ଗିରଫ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତର ନାମ ଲଲିନ୍ଦ୍ର ରାଜହଂସ। ପୁଲିସ ଅଭିଯୁକ୍ତ ଲଲିନ୍ଦ୍ର ରାଜହଂସକୁ ସମ୍ବଲପୁର ଧନକଉଡ଼ାରୁ ଗିରଫ କରିବାରେ ସକ୍ଷମ ହୋଇଛି।

ସୂଚନା ଅନୁସାରେ , ଗତ ୮/୧୨/୨୦୧୮ ତାରିଖରେ ସାଲେଟିକ୍ରା ଗ୍ରାମର ଲଲିନ୍ଦ୍ର ରାଜହଂସ (୪୪) ତାର ସ୍ତ୍ରୀ କିଶୋରୀ ରାଜହଂସ (୪୨) ଓ ତାଙ୍କର ୩ ପୁଅ ସହିତ ରହୁଥିଲେ। ଲଲିନ୍ଦ୍ର ଓ କିଶୋରୀ ଲୋକଙ୍କଘରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଗତ ୭/୧୨/୨୦୧୮ ତାରିଖ ସଂନ୍ଧ୍ୟାରେ ଲଲିନ୍ଦ୍ର ଓ କିଶୋରୀ ଗ୍ରାମର ଜଣକ ବିଲ କାମ ସାରି ଜଣକ ଶହେ ଟଙ୍କା ଲେଖାଏଁ ମଜୁରି ପାଇଥିଲେ। ସଂନ୍ଧ୍ୟା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ମଦପିଇ ପାଟି ତୁଣ୍ଡ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଯୋର ବଚଷା ହେବା କାରଣରୁ ଲଲିନ୍ଦ୍ର ଏକ ଟାଙ୍ଗିଆ ସାହାର୍ଯ୍ୟରେ କିଶୋରୀ ଡ଼ାହାଣ ଗୋଡ଼ରେ ଗୋଟିଏ ଚୋଟ ମାରିବା ସହିତ ମୁଣ୍ଡରେ ମଧ୍ୟ ମାଡ଼ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘରର ଅନ୍ୟ କୋଠରୀରେ ତାଙ୍କ ଜଣେ ୬ ଓ ୯ ବର୍ଷର ପୁଅ ଶୋଇଥିବାବେଳେ ବଡ଼ପୁଅ ରାଜତ (୧୨) ଅନ୍ୟଲୋକଙ୍କ ଘରକୁ ଟିଭି ଦେଖି ବିଳମ୍ବିତ ରାତିରେ ଫେରି ଅନ୍ୟକୋଠରୀରେ ଶୋଇ ପଡ଼ିଥିଲା। ସକାଳୁ ଉଠି ଦେଖିବାବେଳେ କିଶୋରୀର ମୃତ୍ୟୁ ହୋଇ ସାରିଛି। ଖବରପାଇ କିଶୋରୀର ଭାଇ ସମ୍ବଲପୁର ଜିଲା ରଙ୍ଗବତୀ ବିଲୁଙ୍ଗ ଗ୍ରାମର ଯୁଧିଷ୍ଠିର ବନଛୋର ଲଇକେରା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ସେହିଦିନଠାରୁ ଲଲିନ୍ଦ୍ର ରାଜହଂସ ଫେରାର ରହିଥିଲା। ଲଇକେରା ପୁଲିସ ଶେଷରେ ଲଲିନ୍ଦ୍ରକୁ ଧରିବାରେ ସକ୍ଷମ ହୋଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories