www.samajalive.in
Thursday, December 11, 2025
26.1 C
Bhubaneswar

କୋହଲି ଓ ମାନ୍ଧାନା ୱିଜ୍‌ଡେନ୍‌ ଶ୍ରେଷ୍ଠ କ୍ରିକେଟର

ନୂଆଦିଲ୍ଲୀ  : ତାଙ୍କ ସମୟରେ ବିଶ୍ବର ଶ୍ରେଷ୍ଠ କ୍ରିକେଟର ଭାବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଯେଉଁ ଖ୍ୟାତି ରହିଛି; ସେଥିରେ ମୋହର ମାରିଛି କ୍ରିକେଟ୍‌ର ବାଇବେଲ ଭାବେ ପରିଚିତ ୱିଜ୍‌ଡେନ୍ । ବୁଧବାର ପ୍ରକାଶିତ ୱିଜ୍‌ଡେନ୍‌ ସଂସ୍କରଣରେ କୋହଲିଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ କ୍ରିକେଟର ଘୋଷଣା କରାଯାଇଛି। କ୍ରମାଗତ ୩ୟ ବର୍ଷ ଲାଗି କୋହଲିଙ୍କୁ ଏହି ସମ୍ମାନ ୱିଜ୍‌ଡେନ୍ ପ୍ରଦାନ କରିଛି। ଫଳରେ ପ୍ରମାଣିତ ହୋଇଛି ଯେ ଗତ ୩ ବର୍ଷ ହେଲା ବିଶ୍ବର କୌଣସି କ୍ରିକେଟର କୋହଲିଙ୍କଠାରୁ ଭଲ ପ୍ରଦର୍ଶନ କରିନାହାନ୍ତି । ପୁଣି ଭାରତର ସ୍ମୃତି ମାନ୍ଧାନାଙ୍କୁ ବିଶ୍ବର ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ଘୋଷଣା କରାଯାଇଛି।
ଏହାସହ ୩୦ ବର୍ଷ ବୟସ୍କ କୋହଲି ୱିଜ୍‌ଡେନ୍‌ ତରଫରୁ ମନୋନୀତ ବିଶ୍ବର ଶ୍ରେଷ୍ଠ ୫ ଜଣ କ୍ରିକେଟର୍‌ଙ୍କ ମଧ୍ୟ​ରେ ‌ସ୍ଥାନ ପାଇଛନ୍ତି । କୋହଲିଙ୍କ ବ୍ୟତୀତ ଇଂଲଣ୍ଡର ଜୋସ୍‌ ବଟଲର, ସାମ୍‌ କରନ, ଇଂଲିଶ୍ କାଉଣ୍ଟି ଚମ୍ପିଆନସିପ୍‌ ବିଜେତା ଦଳର ଅଧିନାୟକ ରୋରି ବର୍ଣ୍ଣସ୍‌ ଓ ଇଂଲଣ୍ଡ ମହିଳା କ୍ରିକେଟର୍‌ ଟାମି ବ୍ୟୁମଣ୍ଟ ରହିଛନ୍ତି। ଗତ ଇଂଲଣ୍ଡ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିବାରୁ କୋହଲିଙ୍କୁ ୨୦୧୮ ବର୍ଷ ଲାଗି ବିଶ୍ବର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ମିଳିଛି। କୋହଲି ୨୦୧୪ରେ ଇଂଲଣ୍ଡ ଗସ୍ତରେ ଯାଇ ଟେଷ୍ଟ ସିରିଜ୍‌ରେ ମାତ୍ର ୧୩୪ ରନ୍ କରିଥିବା ବେଳ ଗତବର୍ଷ ଖେଳା ଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୫୯୩ ରନ୍‌ ସ୍କୋର୍ କରିଥିଲେ। ସୂଚନାଯୋଗ୍ୟ; ୨୦୧୮ରେ କୋହଲି ସମସ୍ତ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହିବର୍ଷ ସେ ୩ଟିଯାକ ଫର୍ମାଟକୁ ମିଶାଇ ମୋଟ ୨୭୩୫ ରନ୍ କରିଥିଲେ। ୨ୟ ସ୍ଥାନରେ ଥିବା ଇଂଲଣ୍ଡର ଜୋ ରୁଟ୍ ତାଙ୍କଠାରୁ ୭୦୦ କମ୍ ସ୍କୋର୍ କରିଥିଲେ। ଏହିବର୍ଷ କୋହଲି ୩୭ଟି ଇନିଂସରୁ ମୋଟ ୧୧ଟି ଶତକ ହାସଲ କରିଥିଲେ। ଏହି ୧୧ଟି ମଧ୍ୟରୁ ସେ ୭ଟି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ହାସଲ କରିଥିଲେ; ଯେଉଁଠାରେ ପାରମ୍ପରିକ ଭାବେ ଭାରତୀୟ ବ୍ୟାଟ୍‌ସମ୍ୟାନ ଦୁର୍ବଳ ପ୍ରଦର୍ଶନ କରିଥାଆନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଭାରତ ୧-୪ରେ ହାରିଥି​​‌ଲେ‌ ହେଁ କୋହଲି ୨ଟି ଶତକ ସହ ୫୯୩ ରନ୍ କରିଥିଲେ।
ଭାରତୀୟ ମହିଳା କ୍ରିକେଟର୍‌ ସ୍ମୃତି ମାନ୍ଧାନାଙ୍କୁ ୱିଜ୍‌ଡେନ୍‌ ତରଫରୁ ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ଘୋଷଣା କରାଯାଇଛି। ୨୦୧୮ରେ ବାମହାତି ଓପ୍‌ନର ମାନ୍ଧାନା ଦିନିିକିଆ କ୍ରିକେଟ୍‌ରେ ୧୩ଟି ଅର୍ଦ୍ଧଶତକ ସହ ୧୨୯୧ ରନ୍ ସ୍କୋର୍ କରିଛନ୍ତି। ଆଫଗାନିସ୍ତାନର ଲେଗ୍‌ସ୍ପିନର ରସିଦ୍‌ ଖାନ୍‌ଙ୍କୁ କ୍ରମାଗତ ୨ୟ ବର୍ଷ ନିମନ୍ତେ ବିଶ୍ବର ଶ୍ରେଷ୍ଠ ଟ୍ବେଣ୍ଟି୨୦ କ୍ରିକେଟର୍‌ ଭାବେ ଘୋଷଣା କରାଯାଇଛି। ୱିଜ୍‌ଡେନ୍‌ର ସମ୍ପାଦକ ଲରେନ୍‌ସ ବୁଥ୍ କହିଛନ୍ତି, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏଥିସହ ଦିନିକିଆରେ ମଧ୍ୟ କୋହଲିଙ୍କ ପ୍ରଦର୍ଶନ ବର୍ତ୍ତମାନ ସମସ୍ତଙ୍କଠାରୁ ଭଲ ରହିଛି। ତେଣୁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। କୋହଲି ଗତ ଜାନୁଆରୀରେ ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ରେ ଆଇସିସି ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ହାସଲ କରିଥିଲେ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories