www.samajalive.in
Saturday, December 13, 2025
23.1 C
Bhubaneswar

ନେତାନ୍ୟାହୁ ବିଜୟୀ : ରେକର୍ଡ ପଞ୍ଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ଜେରୁଜେଲମ : ଇସ୍ରାଏଲ ନିର୍ବାଚନରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ୬୯ବର୍ଷୀୟ ନେତାନ୍ୟାହୁ ରେକର୍ଡ ପଞ୍ଚମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଦେଶର ୭୧ ବର୍ଷ ଇତିହାସରେ ସେ ସର୍ବାଧିକ କାଳ ପ୍ରଧାନମନ୍ତ୍ରୀ ହେବା ରେକର୍ଡର ଅଧିକାର ହେବାକୁ ଯାଉଛନ୍ତି। ମଙ୍ଗଳବାର ଦେଶର ୨୧ତମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଅଭିଜ୍ଞ ନେତାନ୍ୟାହୁଙ୍କର ପୂର୍ବତନ ସାମରିକ ମୁଖ୍ୟ ୫୯ବର୍ଷୀୟ ବେନି ଗାଞ୍ଜଙ୍କ ସହ ତୀବ୍ର ମୁକାବିଲା ହୋଇଥିଲା। ଫଳାଫଳ ଅନୁସାରେ ନେତାନ୍ୟାହୁ ସରକାର ଗଠନ ପାଇଁ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ ମଧ୍ୟ ଦକ୍ଷିଣପନ୍ଥୀ ଦଳଙ୍କ ସମର୍ଥନରେ ଏକ ମେଣ୍ଟ ସରକାରର ନେତୃତ୍ବ ନେବେ ବୋଲି ସ୍ପଷ୍ଟ ହୋଇଛି। ଫଳାଫଳ ଅନୁସାରେ ନେତାନ୍ୟାହୁଙ୍କ ଲିକୁଡ ପାର୍ଟି ଓ ବେନି ଗାଞ୍ଜଙ୍କ ନ୍ୟୁ ସେଣ୍ଟ୍ରିଷ୍ଟ ବ୍ଲୁ ଏଣ୍ଡ ହ୍ବାଇଟ ପାର୍ଟିକୁ ସମାନ ୩୫ ଲେଖାଏଁ ଆସନ ମିଳିଛି। ଉଭୟ ଶାସକ ଓ ବିରୋଧୀ ଦଳ ସରକାର ଗଠନ ପାଇଁ ଦାବି କରୁଥିବାବେଳେ ନେତାନ୍ୟାହୁଙ୍କ ପାର୍ଟି ସପକ୍ଷରେ ଅଧିକ ୫ଟି ଭୋଟ ମିଳିବା ଦ୍ବାରା ଏହାକୁ ସରକାର ଗଠନ ପାଇଁ ସୁଯୋଗ ମିଳିଛି। ଏହି ନିର୍ବାଚନରେ ମୋଟ ୪୦ ଦଳ ଅଂଶଗ୍ରହଣ କରିଥିଲେ। ନେସେଟ୍‌ (ପାର୍ଲାମେଣ୍ଟ)ର ମୋଟ ୧୨୦ ଆସନ ମଧ୍ୟରୁ ବୁଧବାର ଗଣତି ଶେଷ ସୁଦ୍ଧା ସରକାରୀ ଦଳ ସପକ୍ଷରେ ୬୫ ଓ ବିରୋଧୀଙ୍କ ପକ୍ଷରେ ୫୫ ଆସନ ମିଳିଛି। ଶୁକ୍ରବାର ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ୧୯୯୦ରେ ନେତାନ୍ୟାହୁ ପ୍ରଥମେ ପ୍ରଧାନମନ୍ତ୍ରୀ ହୋଇଥିଲେ। ପରେ ୨୦୦୯ରୁ ସେ କ୍ଷମତାରେ ରହିଆସିଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories