୪୮ ସାଂସଦ ଓ ବିଧାୟକଙ୍କ ନାମରେ ମହିଳା ବିରୋଧୀ ଅପରାଧ ଅଭିଯୋଗ

0

ନୂଆଦିଲ୍ଲୀ : ବଳାତ୍କାର ମାମଲାକୁ ନେଇ ସାରା ଦେଶ କୋଳାହଳ ମଧ୍ୟରେ ଥିବା ବେଳେ ଦେଶବ୍ୟାପୀ ୪୮ ସାଂସଦ ଓ ବିଧାୟକଙ୍କ ନାମରେ ମହିଳା ବିରୋଧୀ ଅପରାଧୀକ ମାମଲା ରହିଥିବା ଏକ ଅନୁଧ୍ୟାନରୁ ଜାଣିବାକୁ ମିଳିଛି । ଗଣତାନ୍ତ୍ରିକ ସଂଶୋଧନ ସଂଗଠନ (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୪୫ ବିଧାୟକ ଓ ୩ ସାଂସଦଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି । ଏଡିଆର ପକ୍ଷରୁ ବର୍ତ୍ତମାନର ୪୮୯୬ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରୁ ୧୫୮୦ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୪୮ ଜଣଙ୍କ ନାମରେ ମହିଳା ବିରୋଧୀ ଅପରାଧୀକ ମାମଲା ରହିଛି । ଏଡ଼ିଆର ୪୮୪୫ ଜଣ ସାଂସଦ ଓ ବିଧାୟକଙ୍କ ନିର୍ବାଚନ ବେଳର ସତ୍ୟପାଠକୁ ସମୀକ୍ଷା କରିଥିଲା । ସେଥିମଧ୍ୟରେ ୭୭୬ ସାଂସଦ ମଧ୍ୟରୁ ୭୬୮ ଏବଂ ୪୧୨୦ ବିଧାୟକଙ୍କ ମଧ୍ୟରୁ ୪୦୭୭ ଜଣଙ୍କ ସତ୍ୟପାଠ ସମୀକ୍ଷା କରାଯାଇଥିଲା । ଏଥିରେ ମହାରାଷ୍ଟ୍ରରେ ୧୨ ସାଂସଦ ଓ ବିଧାୟକ, ପଶ୍ଚିମବଙ୍ଗର ୧୧, ଆନ୍ଧ୍ରପ୍ରଦେଶ ୫, ଓଡ଼ିଶାର ୫, ଝାରଖଣ୍ଡର ୩, ଉତ୍ତରାଖଣ୍ଡର ୩, ବିହାରର ୨, ତାମିଲନାଡୁର ୨, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ କେରଳର ଜଣେ ଲେଖାଏଁ ସାଂସଦ/ବିଧାୟକଙ୍କ ନାମରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି । ଏଥିମଧ୍ୟରେ ୩ ବିଧାୟକଙ୍କ ନାମରେ ବଳାତ୍କାର ମାମଲା ରହିଛି । କାଠୁଆ ଏବଂ ଉନ୍ନାଓ ବଳାତ୍କାର ମାମଲାକୁ ନେଇ କଂଗ୍ରେସ ନେତା କମଳନାଥ ବିଜେପି ଉପରେ ବର୍ଷିଥିଲେ । ବିଜେପିର ୨୦ ନେତାଙ୍କ ନାମରେ ବଳାତ୍କାର ମାମଲା ରହିଛି ତେଣୁ ଏହି ଦଳର ନାମ ବଦଳାଇ ବଳାତ୍କାରୀ ଜନତା ପାର୍ଟି କରିଦେବା ଆବଶ୍ୟକ ବୋଲି କହିଥିଲେ ।

Leave A Reply