www.samajalive.in
Sunday, December 7, 2025
23.1 C
Bhubaneswar

ହଂକଂ ଫିଶ

ଆବଶ୍ୟକ ସାମଗ୍ରୀ
ବୋନଲେସ ମାଛ –୪୦୦ ଗ୍ରାମ
ତେଲ
– ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
କ୍ୟାପସିକମ – ୧ଟି
ଶୁଖିଲା ଲଙ୍କା – ଅଳ୍ପ
ଅଣ୍ଡା – ୧ଟି
ମଇଦା – ଅଳ୍ପ
ମକା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଅଦା – ଆବଶ୍ୟକ ପରିମାଣରେ
ରସୁଣ – ଅଳ୍ପ
ଚିଲି ସସ – ଅଳ୍ପ
ଟମାଟୋ ସସ – ଅଳ୍ପ
ସୋୟା ସସ – ଅଳ୍ପ
ଚାଇନା ସଲ୍ଟ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁୁ ଧୋଇ ଚାରିକଣିଆ କରି କାଟି ହଳଦୀ ଗୁଣ୍ଡ ଗୋଳାଇ ରଖନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡା ,ମଇଦା, ମକା ଗୁଣ୍ଡ, ଚାଇନା ସଲ୍ଟକୁ ମିଶାଇ ଫେଣ୍ଟି ରଖନ୍ତୁ। ବର୍ତ୍ତମାନ ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏହି ମିଶ୍ରଣରେ ମାଛକୁ ବୁଡ଼ାଇ ତେଲରେ ଛାଣି ଦିଅନ୍ତୁ। ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ପୁଣି କଡ଼େଇରେ ଅଳ୍ପ ତେଲ ଗରମ କରି ଶୁଖିଲା ଲଙ୍କା, ଅଦା, ପିଆଜ, କ୍ୟାପସିକମ ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏଥିରେ ଛଣା ମାଛ, ସୋୟା ସସ, ଚିଲି ସସ, ଟମାଟୋ ସସ , ପାଣି ପକାଇ କିଛି ସମୟ ଫୁଟାନ୍ତୁ। ଫୁଟିବା ପରେ ଏଥିରେ ପୁଣି ଚାଇନା ସଲ୍ଟ, ଲୁଣ ପକାଇ ଗୋଳାଇ ୧ ମିନିଟ ଗ୍ୟାସରେ ବସାଇ, ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହଂକଂ ଫିଶ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories