www.samajalive.in
Monday, December 15, 2025
16.1 C
Bhubaneswar

ପେଟ୍ରୋଲ ପମ୍ପ ଲୁଟ୍ ଘଟଣା, ୩ଗିରଫ

ପିପିଲି/ବଳଙ୍ଗା: ବଳଙ୍ଗା ବଜାର ଉପକଣ୍ଠରେ ଥିବା ଏକ ପେଟ୍ରୋଲ ପମ୍ପର ପରିଚାଳକଙ୍କୁ ଆକ୍ରମଣ କରି ୭୦ହଜାର ଟଙ୍କା ଲୁଟି ନେଇଥିବା ୩ଜଣ ଅଭିଯୁକ୍ତଙ୍କୁ ବଳଙ୍ଗା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୮୧୫୦ ଟଙ୍କା, ବାଇକ, ୪ଟି ମୋବାଇଲ୍‍, ଗୋଟିଏ ପିସ୍ତଲ, ଗୋଟିଏ ଖେଳଣା ବନ୍ଧୁକ ଓ ଏକ ଖଣ୍ଡାକୁ ପୁଲିସ ଜବତ କରିଛି ବୋଲି ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୫ ତାରିଖ ସନ୍ଧ୍ୟା ସାଢ଼େ ୮ଟାବେଳେ ବଳଙ୍ଗା ବଜାର ନିକଟରେ ଥିବା ସୟଦ ଆଲମ ଅଲ୍ଲୀଙ୍କ ସାଗର ଫିଲିଙ୍ଗ ଷ୍ଟେସନ ନାମକ ପେଟ୍ରୋଲ ପମ୍ପରୁ ଏହି ଲୁଟ୍‍ ହୋଇଥିଲା। ୩ ଦୁର୍ବୃତ୍ତ ଏକ ବାଇକ୍‍ରେ ଆସି ପରିଚାଳକ ଏସ୍‍କେ ଆଲ୍ଲାଉଦ୍ଦିନଙ୍କୁ ଆକ୍ରମଣ କରିବା ସହିତ କ୍ୟାସ୍‍ବାକ୍ସରେ ଥିବା ୭୦ ହଜାର ଟଙ୍କା, ୨ଟି ମୋବାଇଲ୍‍କୁ ଲୁଟି ନେଇଥିଲେ। ଯିବାବେଳେ ସେମାନେ ଆତଙ୍କ ସୃଷ୍ଟି କରିବାସହ ଅଣଓଡ଼ିଆ ଯୁବକ ରମେଶ କୁମାରଙ୍କୁ ଖଣ୍ଡାରେ ହାଣି ଫେରାର୍‍ ହୋଇଯାଇଥିଲେ। ଏସ୍‍ପି ଡ. ଉମାଶଙ୍କର ଦାଶଙ୍କ ନିର୍ଦେଶ ଓ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କ ତତ୍ତ୍ୱାବଧାନରେ ବଳଙ୍ଗା ଥାନାଧିକାରୀ ଏସ୍‍ଆଇ ସୁଶାନ୍ତ କୁମାର ସାହୁ ଏକ ସ୍ୱତନ୍ତ୍ର ଟିମ୍‌ର ନେତୃତ୍ବ ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମ୍ପୃକ୍ତ ଅପରାଧୀଙ୍କୁ ଧରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ଘର ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କ ଘର ସତ୍ୟବାଦୀ ଥାନା ଅଞ୍ଚଳରେ ବୋଲି ପୁଲିସ କହିଛି। ଗିରଫ ୩ ଲୁଟିଆଙ୍କୁ ନିମାପଡ଼ା କୋର୍ଟକୁ ଚାଲାଣ କରାଯାଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories