ଟ୍ରକ-କାର୍‍ ଧକ୍କା ; ୪ ମୃତ

0

ଗୁରୁଡ଼ିଝାଟିଆ : କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ନିକଟରେ ବୁଧବାର ସନ୍ଧ୍ୟା ସାଢେ ୭ଟାରେ ଏକ ଟ୍ରକ ସହ ଏକ ଆଇ-୧୦ କାର୍‍ର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ କାର୍‍ରେ ଥିବା ୪ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣକୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡମେଡିକାଲ ପଠାଯାଇଛିି। କାର୍‍ ଆରୋହୀମାନେ ନିକଟସ୍ଥ ବାଳିଗାଁରେ ଜଣଙ୍କ ଘର ପ୍ରତିଷ୍ଠା ଭୋଜି ଖାଇ ଆଠଗଡ଼ ପଟକୁ ଯାଉଥିବା ବେଳେ ଅନୁଗୋଳ ପଟୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ ଛାଡି ଚାଳକ ଫେରାର ହୋଇଯିବାରୁ ଅଧଘଣ୍ଟା ଧରି ରାଜପଥ ଜାମ୍‍ ହୋଇଯାଇଥିଲା। ଗୁରୁଡ଼ିଝାଟିଆ ପୁଲିସ ପହଞ୍ଚି ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତା ଉପରୁ ହଟାଇବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ସମସ୍ତେ ୨୦ରୁ ୨୫ ବର୍ଷ ବୟସର ଥିବା ଜଣାପଡିଛି।

Leave A Reply