www.samajalive.in
Tuesday, December 9, 2025
23.1 C
Bhubaneswar

ଚକୋଲେଟ ଚିପ୍ସ ସ୍କୋନ

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ଚିନି – ୧କପ ରୁ କମ
ବେକିଙ୍ଗ ପାଉଡ଼ର – ୨ଚାମଚ
ଲୁଣ – ସାମାନ୍ୟ
ବଟର – ୬ଚାମଚ
ଚକୋଲେଟ ଚିପ୍ସ – ୧କପ ରୁ କମ
କ୍ରିମ – ୪ଚାମଚ
ଅଣ୍ଡା – ୧ଟି
ଭ୍ୟାନିଲାସେନ୍ସ – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ଚିନି, ବେକିଙ୍ଗ ପାଉଡ଼ର,ଲୁଣ, ବଟର, ଚକୋଲେଟ ଚିପ୍ସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ କ୍ରିମ , ଅଣ୍ଡା, ଭ୍ୟାନିଲାସେନ୍ସ ପକାଇ ଭଲ ଭାବେ ଦଳା ପ୍ରସ୍ତୁତ କରନ୍ତୁ। ଏବେ ଏହି ପ୍ରସ୍ତୁତ ଦଳାରୁ ଛୋଟ ଗୁଳା ଆକୃତିର କରି ବେଲି ଦିଅନ୍ତୁ। ବେଲିବା ପରେ ଏହି ବେଲାରୁ ଯେକୌଣସି ଡ଼ିଜାଇନ ଯେପରି ପାନପତ୍ର, ଗୋଲ, ଚାରିକଣିଆ ଭଳି କାଟନ୍ତୁ। ଏବେ ଏହାକୁ ବେକିଙ୍ଗ ଟ୍ରେରେ ରଖନ୍ତୁ। ଟ୍ରେରେ ରଖିବା ପରେ ୧ଚାମଚ କ୍ରିମ ଏହା ଉପରେ ପକାନ୍ତୁ। ବେକିଙ୍ଗ ଟ୍ରେକୁ ଓଭନ ମଧ୍ୟରେ ରଖି ୧୬ ରୁ ୧୮ ମିନିଟ ଅପେକ୍ଷା କରନ୍ତୁ। ଏହାପରେ ଏକ ପାତ୍ରକୁ କାଢନ୍ତୁ, ପ୍ରସ୍ତୁତ ହୋଇଗଲା ଚକୋଲେଟ ଚିପ୍ସ ସ୍କୋନ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories