ଅଟୋଚାଳକଙ୍କ ଅନନ୍ୟ ଚିନ୍ତାଧାରା ; ଛୁଟୁଛି ପ୍ରଶଂସାର ସୁଅ
କଲକତା : ବୈଦୁତିକ ଯୁଗରେ ମଣିଷ ସବୁଜୀମା ପରିବେଶରୁ ଦିନକୁ ଦିନ ଦୂରେଇବାରେ ଲାଗିଛି। ଏଭଳି ଏକ ଘଟଣା କଲକତାରେ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ପରିବେଶ ପ୍ରତି ସଚେତନ ସୃଷ୍ଟି କରିଛି। କଲକତାରେ ଏକ ଅଟୋ ଡ୍ରାଇଭର ନିଜ ଅଟୋ ଉପରେ ବଗିଚା ପ୍ରସ୍ତୁତ କରିଛନ୍ତି। ଏହି ଅଟୋଚାଳକଙ୍କ ନାମ ବିଜୟ ପାଲ ବୋଲି ଜଣାପଡିଛି। ଅଟୋର ଏହି ବଗିଚା ଫଟୋ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅଟୋ ଡ୍ରାଇଭରଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ଏହାଦ୍ୱାରା ଅଟୋ ଡ୍ରାଇଭର ଏକ ସବୁଜୀମାର ସନ୍ଦେଶ ଦେଉଛନ୍ତି। ସେ କହିଛନ୍ତି ‘ଗଛ ବଞ୍ଚାଅ, ଜୀବନ ବଞ୍ଚାଅ’। ସେ ଆହୁରି କହିଛନ୍ତି ଏହାଦ୍ୱାରା ଯାତ୍ରୀମାନଙ୍କୁ ଭିଷଣ ଖରା ଦାଉରୁ ରକ୍ଷା ପାଇପାରିବେ। ଏହି ଅଟୋଚାଳକଙ୍କ ନାମ ବିଜୟ ପାଲ ବୋଲି ଜଣାପଡିଛି। ସେ ଆହୁରି କହିଛନ୍ତି ଯେଉଁମାନେ ଅଟୋବାଲା କିଛି ନୁହେଁ ବୋଲି ଭାବୁଛନ୍ତି ସେମାନଙ୍କ ଚିନ୍ତାଧାରାକୁ ଏହା ଧିକ୍ ବୋଲି ସେ କହିଛନ୍ତି।
Comments are closed.