ବାୟୁସେନାର ଆକ୍ରମଣରେ ବାଲାକୋଟରେ ପ୍ରାୟ ୨୫୦ରୁ ୩୦୦ ଆତଙ୍କବାଦୀ ମରିଛନ୍ତି : ଅଭିନନ୍ଦନଙ୍କ  ପିତା

ନୂଆଦିଲ୍ଲୀ .-  ପୁଲଓ୍ୱାମା ଆକ୍ରମଣପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ କରାଯାଇଥିବା ଆକ୍ରମଣରେ ପ୍ରାୟ ୨୫୦ରୁ ୩୦୦ ଆତଙ୍କବାଦୀ ମୃତ୍ୟୁ ବରଣ କରିଛନ୍ତି ବୋଲି ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପିତା ତଥା ଅବସରପ୍ରାପ୍ତ ଏୟାରମାର୍ଶଲ  ସିଂହକୁଟି ବର୍ଦ୍ଧମାନ କହିଛନ୍ତି ।

prayash

ବୁଧବାରରେ  ଆଇଆଇଟି ମାଡ୍ରାସର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସେ ଏହି କଥା କହିଛନ୍ତି  । ଜୈଶ-ଇ-ମହମ୍ମଦର ଏହି ଶିବିର ଉପରେ ଇସ୍ରାଏଲ୍‌ ନିର୍ମିତ ସ୍ପାଇସ୍‌ ୨୦୦୦ ବୋମା ବର୍ଷା କରାଯାଇଥିଲା । ଏଥିରେ ୨୫୦-୩୦୦ ଆତଙ୍କବାଦୀଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଧିକ ବୋଲି ସେ ସୂଚନା ଦେଇଛନ୍ତି ।

ଟାଇମସ୍‌ ଅଫ୍‌ ଇଣ୍ଡିଆରେ ବାହାରିଥିବା ଏକ ଖବର ଅନୁଯାୟୀ ବାଲାକୋଟ ଆକ୍ରମଣରେ ଘର ଧ୍ୱଂସ ହୋଇ ନଥିବା ପ୍ରଶ୍ନର ଉତ୍ତରରେ ସେ ଏହା କହିଥିଲେ । ୧୯୭୧ ମସିହାପରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆକାଶ ସୀମାରେ ପ୍ରବେଶ  କରିଥିବା  ଅଭିନନ୍ଦନଙ୍କ ପିତା ସୂଚନା ଦେଇଛନ୍ତି ।

kalyan agarbati

Comments are closed.