ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୪ଖଣ୍ଡ
ଲହୁଣୀ – ଆବଶ୍ୟକ ପରିମାଣରେ
କ୍ଷୀର – ଅଳ୍ପ
ଗୁଜୁରାତି ଗୁଣ୍ଡ – ଅଳ୍ପ
ଚିନି – ଅଳ୍ପ
କିସମିସ – ୪ ରୁ ୫
ଅଣ୍ଡା – ୧ଟି
କ୍ରିମ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପାଉଁରୁଟିରେ ଭଲ ଭାବେ ଲହୁଣୀ ଲଗାଇ ପ୍ଲେଟରେ ସଜାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କ୍ଷୀରକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ଫୁଟିବା ପରେ ଏଥିରେ କ୍ରିମ, ଚିନି, କିସମିସ ପକାଇ ଗୋଳାନ୍ତୁ। ଏହା ଫୁଟିବାକୁ ଆରମ୍ଭ କଲେ ଅଣ୍ଡା ଫେଣ୍ଟି ପକାନ୍ତୁ। ପକାଇବା ପରେ ପୁଣି ଭଲ ଭାବେ ଗୋଳାଇ କିଛି ସମୟ ଫୁଟାନ୍ତୁ। ଏବେ ଏହାକୁ ପୂର୍ବରୁ ପ୍ଲେଟରେ ରଖିଥିବା ପାଉଁରୁଟି ଉପରେ ପକାଇ, କିଛି ସମୟ ପାଇଁ ଫ୍ରିଜରେ ରଖନ୍ତୁ। ଏହାପରେ ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।
ବ୍ରେଡ଼ ପୁଡ଼ିଂ
Popular Categories



