ସୋହରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ପୁଣି ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ବଦଳିଲା;ଅଦ୍ୟାବଧି ୫୦ ସାକ୍ଷୀଙ୍କ ସାକ୍ଷ୍ୟରେ ପରିବର୍ତ୍ତନ

0

ମୁମ୍ବଇ: ବହୁଚର୍ଚ୍ଚିତ ସୋହରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ପୁଣି ଏକ ନୂଆ ମୋଡ଼ ଆସିଛି। ଏହି ମାମଲାର ବିଚାର ପ୍ରକ୍ରିୟାରେ ପୁଣି ଜଣେ ସାକ୍ଷୀ ତାଙ୍କ ସାକ୍ଷ୍ୟକୁ ବଦଳାଇଛନ୍ତି। ଏହାକୁ ନେଇ ଉକ୍ତ ମାମଲାରେ ୫୦ଜଣ ସାକ୍ଷୀ ସେମାନଙ୍କ ସାକ୍ଷ୍ୟ ବଦଳାଇ ସାରିଛନ୍ତି। ସୋହରାବୁଦ୍ଦିନ ଓ ତାଙ୍କ ପତ୍ନୀଙ୍କୁ ୨୦୦୫ନଭେମ୍ବରରେ ଏନକାଉଣ୍ଟର ହୋଇଥିଲା। ଗୁଜରାଟର ଏହି ଘଟଣା ଆଗାମୀ ଦିନରେ ପ୍ରଭାବିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଉକ୍ତ ମାମଲାକୁ ୨୦୧୨ରେ ମୁମ୍ବଇକୁ ସ୍ଥାନାନ୍ତର କରାଯାଇ ଥିଲା। ତେବେ ଉକ୍ତ ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ୨୦୧୪ରେ ବଦଳି କରିଦିଆ ଯାଇଥିଲା। ପରେ ଉକ୍ତ ମାମଲାର ଶୁଣାଣି ବ୍ରଜଗୋପାଳ ଲୈହାଙ୍କୁ ପ୍ରଦାନ କରାଯାଇ ଥିଲା। ନିଯୁକ୍ତିର ୬ମାସ ମଧ୍ୟରେ ବିଚାରପତି ଲୈହାଙ୍କୁ କାନପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୁଣି ବିବାଦ ଦେଖା ଦେଇଥିଲା। ଏହି ମାମଲାରେ ନିମ୍ନ କୋର୍ଟ ଗଣମାଧ୍ୟମ ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇ ଥିଲେ ମଧ୍ୟ ମୁମ୍ବଇ ଉଚ୍ଚ ନ୍ୟାୟାଳୟ ଏହି ପ୍ରତିବନ୍ଧକକୁ ଉଠାଇ ଦେଇଛନ୍ତି।

Leave A Reply