www.samajalive.in
Saturday, December 13, 2025
27.1 C
Bhubaneswar

ଦିଲ୍ଲୀ ହାତରୁ ବିଜୟ ଛଡ଼ାଇନେଲା ପଞ୍ଜାବ

ମୋହାଲି : ସୋମବାର ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। ଏହି ଆଇପିଏଲ୍‌ ମ୍ୟାଚ୍‌ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍‌ସ ୭ଟି ୱିକେଟ ହାତରେ ଥାଇ ୨୧ ବଲ୍‌ରୁ ଜିତିବା ପାଇଁ ମାତ୍ର ୨୩ ରନ୍ ଆବଶ୍ୟକ କରୁଥିଲା। ତେବେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ପେସ୍ ବୋଲର ଘାତକ ବୋଲିଂ କରିବାରୁ ଦିଲ୍ଲୀ ୮ ରନ୍‌ରେ ୭ଟି ୱିକେଟ ହରାଇ ଅଲ୍ଆଉଟ ହୋଇ ପରାସ୍ତ ହୋଇଥିଲା। ସାମ୍ କରନ୍ ୪ଟି ୱିକେଟ ନେବାରୁ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧୪ ରନ୍‌ରେ ପଞ୍ଜାବ ପରାସ୍ତ କରିଛି। କିଙ୍ଗ୍‌ସ ଏକାଦଶ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟରେ ୧୬୬ ରନ କରିଥିଲା। ପରେ ୩ ୱିକେଟରେ ୧୪୪ ରନ୍ କରିଥିବା ଦିଲ୍ଲୀ ୪ଟି ବଲ୍‌ ବାକିଥାଇ ୧୫୨ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ୪ର୍ଥ ମ୍ୟାଚ୍‌ରେ ଏହା ପଞ୍ଜାବର ୩ୟ ବିଜୟ। ଦିଲ୍ଲୀ ୪ର୍ଥ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗିଛି।
ଗତ ମ୍ୟାଚ୍‌ରେ ୯୯ ରନ୍ କରିଥିବା ପୃଥ୍ବୀ ସ’ଙ୍କୁ ଇନିଂସର ପ୍ରଥମ ବଲ୍‌ରେ ଆଉଟ୍ କରିଥିଲେ ପଞ୍ଜାବ ଅଧିନାୟକ ଆର୍. ଅଶ୍ବିନ। ପରେ ଶିଖର ଧାୱନ୍ ଓ ଅଧିନାୟକ ଶ୍ରେୟାସ ଆୟର ୨ୟ ୱିକେଟ ପାଇଁ ୭ ଓଭରରେ ୬୧ ରନ୍‌ର ଭାଗିଦାରୀ କରିିଥିଲେ। ଆୟର ୨୨ ବଲ୍‌ରୁ ୫ଟି ଛକା ସହ ୨୮ ରନ୍‌କରି ବିଦାୟ ନେଇଥିଲେ। ୧୦ମ ଓଭରରେ ଆଉଟ ହୋଇଥିବା ବାମହାତି ଧାୱନ ୨୫ ବଲ୍‌ରୁ ୪ଟି ଚୌକା ସହ ୩୦ ରନ୍ କରିଥିଲେ। ଋଷଭ ପନ୍ତ୍ ଓ କଲିନ୍ ଇନ୍‌ଗ୍ରାମ୍ ୪ର୍ଥ ୱିକେଟ ପାଇଁ ୭ ଓଭରରେ ୬୨ ରନ୍ ଯୋଗକରି ଦଳକୁ ବିଜୟର ନିକଟତର କରିଥିଲେ। ଋଷଭ ୨୬ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୯ ରନ୍‌କରି ବିଦାୟ ନେଇଥିଲେ। ୨୧ ବଲ୍‌ରୁ ଦିଲ୍ଲୀ ୨୩ ରନ୍ ଆବଶ୍ୟକ କରୁଥିବା ବେଳେ ୮ ରନ୍‌ରେ ଏହା ୭ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ସାମ୍ କରନ୍ ୪ଟି ଏବଂ ଆର୍. ଅଶ୍ବିନ ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ ପାଇଥିଲେ। ମାତ୍ର ୧୧ ରନ୍‌ଦେଇ ୪ଟି ୱିକେଟ ନେଇ ବାମହାତି ସିମର ସାମ୍ କରନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଦିଲ୍ଲୀ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଇଁ ନିୟମିତ ଓପନର କ୍ରିସ୍‌ ଗେଲ୍‌ଙ୍କ ବଦଳରେ ସାମ୍‌ କରନ ଇନିଂସ ଓପନ କରିଥିଲେ। ରାହୁଲ ୧୧ ବଲ୍‌ରୁ ୧୫ ରନ୍‌କରି ବିଦାୟ ନେଇଥିଲେ। ୧୦ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୦ ରନ୍‌କରି ସାମ୍ କରନ୍ ଆଉଟ ହୋଇଥିଲେ। ମୟଙ୍କ ଅଗ୍ରୱାଲ ୬ ରନ୍‌କରି ରନ୍‌ଆଉଟ ହେବା ବେଳକୁ ପଞ୍ଜାବର ସ୍କୋର୍ ୩ ୱିକେଟରେ ୫୮ ରନ୍। ୪ର୍ଥ ୱିକେଟ ପାଇଁ ୪୦ ବଲ୍‌ରୁ ୬୨ ରନ୍ ଭାଗିଦାରୀ ହୋଇଥିଲା। ଯୁବ ବ୍ୟାଟ୍‌ସମ୍ୟାନ ସର୍ଫରାଜ ଖାଁ ୨୯ ବଲ୍‌ରୁ ୬ଟି ଛକା ସହ ୩୬ ରନ୍ କରିଥିଲେ। ଡେଭିଡ୍ ମିଲର ୩୦ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୩ ରନ୍ କରିଥିଲେ। ପରେ ଗୋଟିଏ ପଟେ ମନଦୀପ ସିଂହ ଛିଡ଼ା ହୋଇଥିବା ବେଳେ ଅନ୍ୟପଟୁ ୱିକେଟ ପଡ଼ିଥିଲା। ଫଳରେ ୧୪ ଓଭରରେ ୩ ୱିକେଟରେ ୧୨୦ ରନ୍ କରିଥିବା ପଞ୍ଜାବ ଆଉ ମାତ୍ର ୪୬ ରନ୍‌ ଯୋଗକରି ୬ଟି ୱିକେଟ ହରାଇଥିଲା। ମନଦୀପ ୨ଟି ଚୌକା ଓ ଗୋଟିଏ ଛକା ସହ ୨୯ ରନ କରି ଅପରାଜିତ ଥିଲେ। କ୍ରିସ ମରିସ ୩ଟି ଏବଂ କାଗିସୋ ରାବାଡା ଓ ସନ୍ଦୀପ ଲାମିଛାନେ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories