ସୀମାରେ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ତଡିଲା ଭାରତୀୟ ବାୟୁସେନାର ସୁଖୋଇ ଓ ମିରାଜ
ନୂଆଦିଲ୍ଲୀ .- ସୋମବାରରେ ପାକିସ୍ତାନ ବାୟୁସେନାର ଚାରୋଟି ଏଫ୍-୧୬ ଯୁଦ୍ଧ ବିମାନକୁ ଭାରତର ନିୟନ୍ତ୍ରଣ ସୀମା ନିକଟରେ ଦେଖିବାକୁ ମିଳିଥିଲା । ପଞ୍ଜାବର ଖେମକରନ ସୀମାରେ ରାତି ୩ଟା ସମୟରେ ଏହି ଯୁଦ୍ଧ ବିମାନମାନଙ୍କୁ ଦେଖିବାରୁ ମିଳିଥିଲା । ରାଡାରରେ ଏହି ବିମାନର ସୂଚନା ମିଳିବା ପରେ ଭାରତୀୟ ବାୟୁସେନାର ସୁଖୋଇ ଓ ମିରାଜ ବିମାନ ସୀମାରେ ପଇଁତରା ମାରିଥିଲେ । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ଦେଖିବା ପରେ ସେହି ସ୍ଥାନରୁ ପାକିସ୍ତାନର ବିମାନ ପଳାୟନ କରିଥିଲେ ।
ଫେବ୍ରୁଆରୀ ୨୭ ଭାରତ ପକ୍ଷରୁ ପାକିସ୍ତାନର ଗୋଟିଏ ଏଫ୍-୧୬ ବିମାନକୁ ଖସାଇ ଦିଆଯାଇଥିଲା । ଏହାକୁ ଖସାଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମିଗ୍-ବିସନ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ସେ ପାରାଚ୍ୟୁଟ ଯୋଗେ ପାକିସ୍ତାନ ଅଧିକୃତ କାଶ୍ମୀରେର ଅବତରଣ କରିଥିଲେ । ପରେ ଭାରତର କୂଟନୈତିକ ଚାପ ଆଗର ପାକିସ୍ତାନ ନଇଁବା ସହ ଅଭିନନ୍ଦନଙ୍କୁ ମୁକ୍ତ କରିଥିଲା ।
Comments are closed.