ଓଲଟି ପଡିଲା ବୋଲେରୋ ; ଅଳ୍ପକେ ବର୍ତ୍ତିଲା ଡ୍ରାଇଭର
କଲମପୁର : କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ଘର୍ଲା ଜୋର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଚାଷ ଜମିରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଗାଡିଚାଳକ ସୁରକ୍ଷିତ ଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ ନର୍ଲା ବ୍ଲକ ଅଧିନସ୍ଥ ଛତିଗୁଡା ନିକଟସ୍ଥ ଗାଁର ଏକ ବୋଲେରୋରେ କିଛି ଲୋକ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଜୁନାଗଡ ବ୍ଲକ ଅଧିନସ୍ଥ ବଣିଜରାକୁ ଆସିଥିଲେ। ସେଠାରେ ଲୋକଙ୍କୁ ଛାଡିବା ପରେ ସୋମବାର ଭୋରରୁ ଡ୍ରାଇଭର ବୋଲେରୋ ନେଇ ଘରକୁ ଫେରିବା ପାଇଁ ବାହାରି ଥିଲା, କି୍ନ୍ତୁ ଭୁଲ ରାସ୍ତାରେ କଲମପୁର ପଟକୁ ଚାଲି ଆସୁଥିବା ବେଳେ ଘର୍ଲା ଜୋର ନିକଟରେ ହଠାତ୍ ଡ୍ରାଇଭର ଜଣକର ନିଦ ପଡିଯିବାରୁ ରାସ୍ତା କଡର ଏକ ଚାଷ ଜମିରେ ଓଲଟି ପଡିଥିଲା। ଜମି ଭିତରେ ପାଣି ଥିବାରୁ ଡ୍ରାଇଭର ଜଣକ ଅଳ୍ପକେ ବର୍ତିଯାଇଥିଲା। ତୁରନ୍ତ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସୌଭାଗ୍ୟ ବସତଃ କୌଣସି ଆଘାତ ପାଇନଥିଲା।
ସ୍ଥାନୀୟ ପୁଲିସ ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜମିରୁ ବାହାର କରିବା ସହ ପୁଲିସ ଫାଣ୍ଡିକୁ ନେଇଥିଲେ।
Comments are closed.