ହିନ୍ଦୁ ଆତଙ୍କବାଦକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର ହିନ୍ଦୁ ଆତଙ୍କବାଦ ମନ୍ତବ୍ୟକୁ ନେଇ କଡା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କଂଗ୍ରେସ ଶାନ୍ତିପ୍ରିୟ ହିନ୍ଦୁଙ୍କ ଉପରେ ଆତଙ୍କବାଦୀ ହେବାର ଅଭିଯୋଗ ଲଗାଇଛି। ଏହା ଧର୍ମମାର୍ଗରେ ଚାଲୁଥିବା ହିନ୍ଦୁ ମାନଙ୍କୁ ଅପମାନ ଜନକ ବୋଲି ମୋଦୀ କହିଛନ୍ତି।
ସୋମବାର ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟର ପ୍ରଚାର କରିବା ପାଇଁ ମୋଦୀ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଏକ ସଭାରେ ଉଦଭୋଦନ ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି କଂଗ୍ରେସର ବହୁ ନେତା ହିନ୍ଦୁବହୁଳ ସ୍ଥାନ ମାନଙ୍କରୁ ନିର୍ବାଚନ ଲଢିବା ପାଇଁ ଡରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ପରମ୍ପରାଗତ ନିର୍ବାଚନ ମଣ୍ଡଳୀ ଆମେଥିରୁ ନିର୍ବାଚନ ଲଢିବା ସହ କେରଳର ୱାୟନାଡରୁ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ଏହାକୁ ଆକ୍ଷେପ କରି ମୋଦୀ ଏହା କହିଥିବା ଆଲୋଚନା କରାଯାଉଛି। ସଭାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ମୋଦୀ ପ୍ରଶ୍ନ କରିଛନ୍ତି, ହିନ୍ଦୁମାନେ କେବେ ଆତଙ୍କବାଦୀ କାର୍ଯ୍ୟ କରୁଛନ୍ତି କି? ୫ହଜାର ବର୍ଷ ପୂର୍ବର ସଂସ୍କୃତିକୁ କଂଗ୍ରେସ ଅପମାନ କରିଥିବା କହି ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି।

kalyan agarbati

Comments are closed.