ପାନ୍ ଓ ଆଧାର ସଂଯୋଗ ପାଇଁ ସରକାର ଦେଲେ ଅଧିକ ସମୟ,ଜାଣନ୍ତୁ ଶେଷ ତାରିଖ
ନୂଆଦିଲ୍ଲୀ . – ସରକାର ପାନ ଓ ଆଧାର ସଂଯୋଗ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି । ଏହାର ସମୟ ସୀମା ମାର୍ଚ୍ଚ ୩୧ ତାରଖରେ ଶେଷ ହେଉଥିବା ବେଳେ ଏହାକୁ ଅଧିକ ୬ ମାସ ବୃଦ୍ଧି କରାଯାଇଛି । ପାନ୍ ଓ ଆଧାର ସଂଯୋଗର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୧୯ କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏହି ଘୋଷଣା କରିଛି । ଆୟକର ଦାଖଲ କରିବା ସମୟରେ ପାନ୍ ନମ୍ବର ଦେବା ବାଧ୍ୟତା ମୂଳକ ।
ପୂର୍ବରୁ ସବିଡିଟି ମାର୍ଚ ୩୧, ୨୦୧୯ ସୁଦ୍ଧା ପାନ୍ ଓ ଆଧାର କାର୍ଡ ସଂଯୋଗ ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ । ଆୟକର ଦାଖଲ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦଶ ଦିଆଯାଇଥିଲା ।
CBDT clarifies that the last date for linking the Aadhaar number with PAN is 30th September 2019. Also with effect from 1st April, it is mandatory to quote and link Aadhaar number while filing the return of income. pic.twitter.com/v7bYEns0KL
— ANI (@ANI) March 31, 2019