www.samajalive.in
Monday, December 8, 2025
14.1 C
Bhubaneswar

ପୁନଃ କାର୍ଯ୍ୟକ୍ଷମ ହେବ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ; ଆଜିଠାରୁ ୩ଟି ସହରକୁ ବିମାନ ସେବା

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ବିମାନସେବା ରବିବାରଠାରୁ ଆରମ୍ଭ ହେବ। ଏହି ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ। ଏହାକୁ ନେଇ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିବ। ସ୍ପାଇସ୍ ଜେଟ୍‌ର ପ୍ରଥମ ବିମାନ ରବିବାର ଅପରାହ୍ନ ୩ଟା୪୦ରେ ଦିଲ୍ଲୀକୁ ଉଡାଣ କରିବ। ଏହି ବିମାନରେ ୧୮୯ଟି ସିଟ୍ ରହିଛି। ଦ୍ୱିତୀୟ ବିମାନ ଅପରାହ୍ନ ୪ଟା୧୦ରେ ଝାରସୁଗୁଡାରୁ ହାଇଦ୍ରାବାଦ୍ ଏବଂ ତୃତୀୟ ବିମାନ ରାତି ୮ଟା୪୦ରେ କୋଲକାତା ପାଇଁ ଉଡାଣ କରିବ। ହାଇଦ୍ରାବାଦ୍ ଓ କୋଲକାତାକୁ ଉଡାଣ କରିବାକୁ ଥିବା ସ୍ପାଇସ୍ ଜେଟ୍‌ର କ୍ୟୁ-୪୦୦ ମଡେଲର ଦୁଇଟି ବିମାନରେ ୭୮ଟି ଲେଖାଏଁ ସିଟ୍ ରହିଛି। ଏନେଇ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ.ଚୌହ୍ୱାନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,  ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଉଦଘାଟନ କରିଥିଲେ । ଏହା ପରେ କେବଳ ଗୋଟିଏ ଦିନ ଏୟାର ଓଡ଼ିଶା ଭୁବନେଶ୍ୱରକୁ ବିମାନ ଉଡାଣ କରିବା ପରେ ବିମାନସେବା ବନ୍ଦ ହୋଇ ଯାଇଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories