www.samajalive.in
Tuesday, December 9, 2025
26.1 C
Bhubaneswar

ଖରାଦିନେ ପେଟ ଥଣ୍ଡା ପାଇଁ ପିଅନ୍ତୁ ଏହି ପାନୀୟ

ଖରାଦିନରେ ସାଧାରଣତଃ ଅଧିକାଂଶ ଶୋଷ ଲାଗିଥାଏ। ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହି ଦିନରେ ପେଟ ଥଣ୍ଡା ରହିବା ନିତ୍ୟାନ୍ତ ଜରୁରୀ ଅଟେ। ପେଟ ଥଣ୍ଡା ରହିବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ହଜମ ସୂଚାରୁ ରୂପେ ହୋଇଥାଏ। ଘରେ ପ୍ରସ୍ତୁତ ଏକ ପାନୀୟ ପେଟକୁ ଥଣ୍ଡା ରଖିବାରେ ଖୁବ ସହାୟକ ହୋଇଥାଏ। ଜାଣନ୍ତୁ ତାହାକୁ କିପରି ପ୍ରସ୍ତୁତ କରିବେ…
କାକୁଡ଼ି ପୁଦିନା ଜୁସ
ଆବଶ୍ୟକ ସାମଗ୍ରୀ
କଟା କାକୁଡ଼ି – ୨ଟି
ପୁଦିନା ପତ୍ର – ୨୦ରୁ ୨୫ଟି
ଲେମ୍ବୁ ଖଣ୍ଡ – ଅଳ୍ପ
ଲେମ୍ବୁ ରସ – ୪ ଚାମଚ
ଚିନି – ୪ ଚାମଚ
ପାଣି – ୫କପ
ବରଫ ଖଣ୍ଡ – ୩ରୁ ୪ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାକୁଡ଼ିକୁ ଧୋଇ କାଟି ଦିଅନ୍ତୁ। ଏହାପରେ କାକୁଡ଼ି ଓ ପୁଦିନା ପତ୍ରକୁ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଏଥିରେ ଲେମ୍ବୁ ରସ, ଚିନି ,ପାଣି, ପକାଇ ପୁଣି ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ଗ୍ଲାସକୁ କାଢି ଏଥିରେ ବରଫ ଖଣ୍ଡ, ସାମାନ୍ୟ କଳା ଲୁଣ, ପୁଦିନା ପତ୍ର ପକାଇ ପିଅନ୍ତୁ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories