www.samajalive.in
Monday, December 15, 2025
16.1 C
Bhubaneswar

ପଦୋନ୍ନତି କ୍ଷେତ୍ରରେ ଏସସି/ଏସଟିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ସରକାରୀ ଚାକିରିର ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସରକାର ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଉପରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ପ୍ରତ୍ୟାହାର କରିବାକୁ ସରକାର ଆବେଦନ କରିବେ। ସୁପ୍ରିମକୋର୍ଟ ଯଦି ତାଙ୍କ ରାୟକୁ ପ୍ରତ୍ୟାହାର ନ କରନ୍ତି ତେବେ ସରକାର ଏଥିପାଇଁ ଅଧ୍ୟାଦେଶ ଆଣିବେ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ୱାନ କହିଛନ୍ତି। ଦଳିତ ପ୍ରସଙ୍ଗରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ରହିଥିବା ପାଶ୍ୱାନ କହିଛନ୍ତି ଯେ ଏସସି/ଏସଟିଙ୍କ ପଦୋନ୍ନତି କ୍ଷେତ୍ରରେ ରହିଥିବା ସଂରକ୍ଷଣ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହି ରହିତାଦେଶକୁ ପ୍ରତ୍ୟାହାର ଲାଗି ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିବେ। ଯଦି ସୁପ୍ରିମକୋର୍ଟ ଏହି ରହିତାଦେଶକୁ ପ୍ରତ୍ୟାହାର ନ କରନ୍ତି ତେବେ ସରକାର ଅଧ୍ୟାଦେଶ ଆଣିବେ। ପାଶ୍ୱାନ କହିଛନ୍ତି ଯେ ସୁପ୍ରିମକୋର୍ଟ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି; ମାତ୍ର ସଂରକ୍ଷଣ ଭିତ୍ତିକ ପଦୋନ୍ନତି ପାଇଁ ଅନେକଗୁଡିଏ ସର୍ତ୍ତ ଧାର୍ଯ୍ୟ କରିଛନ୍ତି। ଏହି ସର୍ତ୍ତ ଦ୍ୱାରା ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରାଯିବା ଅସମ୍ଭବ ହୋଇପଡିଛି। ତେଣୁ ସୁପ୍ରିମକୋର୍ଟଙ୍କୁ ତାଙ୍କ ରାୟ ପ୍ରତ୍ୟାହାର ଲାଗି ଆବେଦନ କରାଯିବ। ବିଭିନ୍ନ ଦଳିତ ସଂଗଠନ ଓ ବିରୋଧୀ ଦଳଗୁଡିକ କେନ୍ଦ୍ରର ଏନଡିଏ ସରକାରକୁ ଦଳିତ ବିରୋଧୀ କହି ସମାଲୋଚନା କରୁଥିବାବେଳେ ସରକାର ଏବେ ଦଳିତ ସପକ୍ଷବାଦୀ ନିୟମକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟର ସମୀକ୍ଷା ପାଇଁ ମଧ୍ୟ ସରକାର ପିଟିସନ ଦାୟର କରିଛନ୍ତି। ପାଶ୍ୱାନ କହିଛନ୍ତି ଏନଡିଏ ସରକାର ଦଳିତଙ୍କ ସ୍ୱାର୍ଥ ପାଇଁ ଯେତେକିଛି କରିଛନ୍ତି ଅନ୍ୟ କୌଣସି ସରକାର ସେପରି କରିନାହାନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories