www.samajalive.in
Monday, December 15, 2025
16.1 C
Bhubaneswar

ଲୋକପାଳ ମନୋନୟନ ଲାଗି ବିଚାରକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି : ସୁପ୍ରିମକୋର୍ଟରେ କେନ୍ଦ୍ରର ଜବାବ୍‌

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିକଟରେ ନିଜର ଜବାବ୍‌ ଦାଖଲ କରିଛନ୍ତି। ଲୋକପାଳ ମନୋନୟନ ଲାଗି ଗଠିତ କମିଟିରେ ପ୍ରମୁଖ ବିଚାରକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଅଦାଲତଙ୍କୁ ଜଣାଇଛନ୍ତି। ଲୋକପାଳ ନିଯୁକ୍ତିର ଏହି ପର୍ଯ୍ୟାୟରେ ସୁପ୍ରିମକୋର୍ଟ କୌଣସି ନିର୍ଦେଶ ଜାରି କରିବାର ଆବଶ୍ୟକତା ନାହିଁ ବୋଲି ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି। ଯଥାଶୀଘ୍ର ଲୋକପାଳ ନିଯୁକ୍ତ କରାଯିବା ନେଇ ଖଣ୍ଡପୀଠ ଆଶା ବ୍ୟକ୍ତ କରିଛନ୍ତି। ପୂର୍ବରୁ ବରିଷ୍ଠ ଆଇନଜୀବୀ ପି. ପି. ରାଓଙ୍କୁ ଏହି କମିଟିର ପ୍ରମୁଖ ବିଚାରକ ନିଯୁକ୍ତ କରାଯାଇଥିଲା। କିନ୍ତୁ ଗତବର୍ଷ ତାଙ୍କର ଦେହାନ୍ତ ହେବା ପରେ ଏହି ପଦବୀ ଖାଲିପଡିଥିଲା। ୨୦୧୭ ଏପ୍ରିଲ ୨୭ରେ ଲୋକପାଳ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ସତ୍ତ୍ୱେ ତାହା କାର୍ଯ୍ୟକାରୀ କରାଯାଇ ନ ଥିବାରୁ ‘କମନ୍‌ କଜ୍‌’ ନାମକ ଏକ ଅଣସରକାରୀ ସଂସ୍ଥା ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲା। ଏହା ଉପରେ ଶୁଣାଣି କରି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଜବାବ୍‌ ମାଗିଥିଲେ। ଲୋକପାଳ ଆଇନରେ ପ୍ରସ୍ତାବିତ ସଂଶୋଧନ ହେବା ପର୍ଯ୍ୟନ୍ତ ଏହାକୁ ପକାଇ ରଖିବାର କୌଣସି ଯଥାର୍ଥତା ନାହିଁ। ଏହି ଆଇନ ନିଶ୍ଚିତ ବ୍ୟବହାର୍ଯ୍ୟ ବିଧେୟକ ବୋଲି ସର୍ବୋଚ୍ଚ ଅଦାଲତ ଗତବର୍ଷ ରାୟ ଦେଇଥିଲେ। ଲୋକପାଳ ଏବଂ ଲୋକାୟୁକ୍ତ ଆଇନ-୨୦୧୩ରେ ସଂଶୋଧନ ପ୍ରସ୍ତାବ ଏହି ଆଇନ ପ୍ରଣୟନ ଦିଗରେ ବାଧା ନୁହେଁ, ବରଂ ଏହାର ସଫଳ କାର୍ଯ୍ୟାନ୍ୱୟନ ଦିଗରେ ଏକ ଉଦ୍ୟମ ବୋଲି ସୁପ୍ରିମକୋର୍ଟ ଦର୍ଶାଇଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories