www.samajalive.in
Sunday, December 7, 2025
26.1 C
Bhubaneswar

ନିୟମିତ ଖାଆନ୍ତୁ ଏହି ଫଳ ମିଳିବ ଅନେକ ଲାଭ

ସେଓ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀର ବହୁ ରୋଗର ଠାରୁ ଦୂରେଇ ରହିଥାଏ। ଏପରି ମଧ୍ୟ କୁହାଯାଏ ଯେ, ପ୍ରତିଦିନ ସକାଳ ସମୟରେ ଖାଲି ପେଟରେ ସେଓ ଖାଉଥିବା ବ୍ୟକ୍ତିଙ୍କୁ ଡ଼ାକ୍ତର ପାଖକୁ ଯିବାକୁ ପଡ଼ିନଥାଏ। ସେଓରେ ଥିବା ଫାଇବର ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ଅଟେ। ଜାଣନ୍ତୁ ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଦ୍ୱାରା କି କି ଉପକାର ହୋଇଥାଏ….
ନିୟମିତ ଗୋଟିଏ ସେଓ ଖାଇବା କିମ୍ବା ସେଓ ଜୁସ ପିଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ, ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
ବିଶେଷଜ୍ଞଙ୍କ ମତରେ ସେଓ ଖାଇବା ଦ୍ୱାରା କର୍କଟ, ଟିଉମର ଭଳି ରୋଗ ହେବା ଆଶଙ୍କା ଖୁବ କମ ଥାଏ।
ଶରୀରରେ କୋଲେଷ୍ଟ୍ରୋଲର ସ୍ତର ସଠିକ ରହିବା ସହ କୋଲେଷ୍ଟ୍ରୋଲ କର୍କଟ ମଧ୍ୟ ହୋଇନଥାଏ।
ସେଓ ଖାଇବା ଦ୍ୱାରା ଟାଇପ ୨ ମଧୁମେହ ହେବାର ସମ୍ଭାବନା ଖୁବ କମ ଥାଏ।
ମହିଳାମାନେ ନିୟମିତ ସେଓ ଖାଇବା ଦ୍ୱାରା ଅଧିକ ଶକ୍ତି ମିଳିଥାଏ। ହାଲିଆ ଅନୁଭୂତ ହୋଇନଥାଏ।
ସେଓ ଖାଇବା ଦ୍ୱାରା ମାଂସପେଶୀ ସହ ସମ୍ବନ୍ଧିତ ରୋଗ ହୋଇନଥାଏ।
ଦାନ୍ତ ସୁସ୍ଥ ରହିଥାଏ।
ହୃଦୟ ସହ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ମଧ୍ୟ ଖୁବ କମ ଥାଏ।
ହୃଦୟ ପାଇଁ କ୍ଷତିକାରକ ଥିବା କୋଲେଷ୍ଟ୍ରୋଲର ମାତ୍ରାକୁ ଏହା କମ କରିଥାଏ।
ପାଚନ ତନ୍ତ୍ର ସୁସ୍ଥ ରହେ। କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ପେଟ ଜନିତ ସମସ୍ୟା ଦୂର ହେବା ସହ ରକ୍ତ ଚାପର ହେବାର ଆଶଙ୍କା କମ ଥାଏ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories