ଆଇପିଏଲରେ ପ୍ରଥମ ମଙ୍କଡିଙ୍ଗ ଆଉଟ ; କ୍ରିକେଟ ଇତିହାସରେ ୯ ଥର

0

ନୂଆଦିଲ୍ଲୀ : ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଜୟପୁର ଏସଏମଏସ ଷ୍ଟାଡିୟମରେ ମଙ୍କଡିଙ୍ଗ ଆଉଟ ଦେଖିବାକୁ ମିଳିଛି। କିଙ୍ଗସ୍‍ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚାଲୁଥିବା ଅନୁଷ୍ଠିତ ମ୍ୟାଚରେ କିଙ୍ଗସ୍‍ ଏକାଦଶ ପଞ୍ଜାବ ଅଧିନାୟକ ଆର. ଅଶ୍ୱିନୀ, ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ ବଟଲରଙ୍କୁ ମଙ୍କଡିଙ୍ଗ ଆଉଟ କରିଥିଲେ। ଅଶ୍ୱିନୀ ବୋଲିଂ କରିବା ପୂର୍ବରୁ ବଟଲର କ୍ରିଜ ଛାଡି ଆଗକୁ ପଳାଇଥିବା ଦେଖି ଅଶ୍ୱିନୀ ମଙ୍କଡିଙ୍ଗ ଆଉଟ କରିଥିଲେ। ପରେ ସେଠାରେ ଥିବା ଅମ୍ପୟାର ଆଉଟ ଦେଇ ନଥିଲେ। କିନ୍ତୁ ଥାର୍ଡ ଅମ୍ପୟାର ଆଉଟ ଦେଇଥିଲେ। ଦ୍ୱିତୀୟ ଥର ପାଇଁ ବଟଲର ଏଭଳି ଆଉଟ ହୋଇଛନ୍ତି। ୨୦୧୪ରେ ଶ୍ରୀଲଙ୍କା ବୋଲର ସଚିତ୍ରା ସେନାନାୟକ ବଟଲରଙ୍କୁ ମଙ୍କଡିଙ୍ଗ ଆଉଟ କରିଥିଲେ। ଏଭଳି ଆଉଟ କ୍ରିକେଟ ଇତିହାସରେ ୯ ଥର କରାଯାଇଛି।
ମଙ୍କଡିଙ୍ଗ ଆଉଟ କଣ ?
ମ୍ୟାଚ ଚାଲୁଥିବା ସମୟରେ ନନ ଷ୍ଟ୍ରାଇକର ବୋଲିଂ ପୂର୍ବରୁ କ୍ରିଜ ଛାଡି ଆଗକୁ ପଳାଇଯାଇଥିବା ସମୟରେ ବୋଲର ଉକ୍ତ ଷ୍ଟମ୍ପରେ ବଲ ମାରି ଆଉଟ କରିପାରିବେ।
ଏହି ମଙ୍କଡିଙ୍ଗ ଆଉଟ ୧୯୪୭ ମସିହା ଡିସେମ୍ବର ୧୩ ତାରିଖରେ ଭାରତୀୟ ଖେଳାଳି ବିନୁ ମଙ୍କଡ ଅଷ୍ଟ୍ରେଲିଆ ଖେଳାଳି ବିଲ ବ୍ରାଉନଙ୍କୁ ଆଉଟ କରିଥିଲେ। ଏହି ରନ ଆଉଟକୁ ଅନୌପୋଚାରିକ ଭାବେ ମଙ୍କଡିଙ୍ଗ ଆଉଟ କୁହାଯାଏ।

kalyan agarbati
Leave A Reply