ଏଲ୍ ନିନୋ ପ୍ରଭାବ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ଗରମ
ନୂଆଦିଲ୍ଲୀ/ଭୁବନେଶ୍ୱର .- ଚଳିତ ବର୍ଷ ଏଲ୍ ନିନୋର ପ୍ରଭାବ ରହିବ । ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଅନେକ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ସୂଚନା ଦେଇଛନ୍ତି । ଭାରତ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ । ଏହା ସେପ୍ଟେମ୍ବର ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ମାତ୍ର ଏଲ୍ ନିନୋ ପ୍ରଭାବରେ ବର୍ଷା କମିବ ବୋଲି ପୂର୍ବାନୁମାନ କରାଯାଉଛି ।
ଅଗଷ୍ଟ ମାସପରେ ମୌସୁମୀ ସକ୍ରିୟ ହୋଇ ବର୍ଷାର ପରିମାଣ ବୃଦ୍ଧି ପାଇ ପାରେ ବୋଲି ଅନେକ ଅନୁମାନ କରିଛନ୍ତି । ଏପ୍ରିଲରୁ ଅଗଷ୍ଟମାସ ମଧ୍ୟରେ ପ୍ରବଳ ଖରା ହେବ ।